ନୂଆଦିଲ୍ଲୀ:ଦିଲ୍ଲୀରେ ବାୟୁ ଗୁଣବତ୍ତା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ଅପରାହ୍ନରେ ଦିଲ୍ଲୀ ସମେତ ଏନସିଆର ଓ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଧୂଆଁ ହ୍ରାସ କରିବା ପାଇଁ ପାଣି ସ୍ପ୍ରେ ବ୍ୟବହାର ହେଉଥିବା ଗନ ମଧ୍ୟ ବ୍ୟବହାର କରାଯାଉଛି । ତେବେ ଏପରି ସ୍ଥିତିରେ ଆଖି ଓ ନାକରେ ଜ୍ବଳନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଦିଲ୍ଲୀରେ ଏହି ସ୍ଥିତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ପ୍ରାୟ ପ୍ରତିବର୍ଷ ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସ ପାଇବାର ନଜର ରହିଛି । ତେବେ ବିଶେଷ ଭାବେ ଶୀତଦିନେ ଏହି ସମସ୍ୟା ପ୍ରାୟତଃ ଦେଖାଯାଏ । ଉତ୍ତର ଭାରତୀୟ ରାଜ୍ୟ ହରିୟାଣା ଓ ପଞ୍ଜାବରେ ଚାଷୀ ଅମଳ କରିସାରିବା ପରେ କ୍ଷେତରେ ନିଆଁ ଲଗାଉଥିବା କାରଣରୁ ଏପରି ହୋଇଥିବା ଦେଖାଯାଏ ।
ଏହି ସମସ୍ୟାକୁ ପ୍ରତିହତ କରିବା ପାଇଁ ଦିଲ୍ଲୀରେ 2017 ମସିହାରୁ ଆଣ୍ଟି ସ୍ମଗ ଗନ(ASGs) ବ୍ୟବହାର କରାଯାଉଛି । ଏଥିରେ ଭ୍ରାମ୍ୟମାଣ ଯାନରେ ପାଣି ସ୍ପ୍ରେ କରି ବାୟୁମଣ୍ଡଳରେ ଥିବା ଧୂଳିକଣା ଓ ଅନ୍ୟାନ୍ୟ କଣିକାର ମାତ୍ରା ହ୍ରାସ କରିବା ପାଇଁ ପ୍ରୟାସ କରାଯାଉଛି । ଏକାଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ଯନ୍ତ୍ରକୁ ସ୍ଥାୟୀ ଭାବେ ଇନଷ୍ଟଲ ମଧ୍ୟ କରାଯାଉଛି । ତେବେ ଏପରି ସ୍ଥିତିରେ ଶାସକ୍ରିୟାରେ ସମସ୍ୟା ହେବା ପରେ ଆଖି, ନାକ ଓ ଚର୍ମ ପରି ସମ୍ବେଦନଶୀଳ ସ୍ଥାନରେ ଜ୍ବଳନ ମଧ୍ୟ ଅନୁଭବ ହୋଇଥାଏ । ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥାଏ । ଯାହା ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।