ଓଡିଶା

odisha

By

Published : Feb 16, 2021, 11:55 AM IST

ETV Bharat / bharat

ଜହର ବଳୟରେ ଦିଲ୍ଲୀ, ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ସାଙ୍ଗାତିକ ସ୍ଥିତିରେ ଦିଲ୍ଲୀ ବାୟୁର ଗୁଣବତ୍ତା । ଏକ୍ବିଆଇରେ ବାୟୁର ସ୍ଥର ରହିଛି 323 ପାରାମିଟିର ଥିବା ଏସଏଫଏଆର ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜହର ବଳୟରେ ଦିଲ୍ଲୀ, ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ
ଜହର ବଳୟରେ ଦିଲ୍ଲୀ, ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀରେ ବାୟୁର ପ୍ରଦୂଷଣ ମାତ୍ରା ବଢିଯାଇଛି । ମଙ୍ଗଳବାର ସକାଳେ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା ନିମ୍ନସ୍ତର ରହିଛି । ଘନ କୁହୁଡି ସାଙ୍ଗକୁ ଧୂଆଁ ମିଶି ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ସାଙ୍ଗାତିକ ସ୍ଥିତିରେ ଦିଲ୍ଲୀ ବାୟୁର ଗୁଣବତ୍ତା । ଏକ୍ବିଆଇରେ ବାୟୁର ସ୍ଥର ରହିଛି 323 ପାରାମିଟିର ଥିବା ଏସଏଫଏଆର ପକ୍ଷରୁ ସୂଚନା ମିଳିଛି ।

କିପରି ଜାଣିବେ ବାୟୁ ପ୍ରଦୂଷଣର ମାତ୍ରା-

ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା 0-50 ମଧ୍ୟରେ ଥାଏ ତେବେ ବାୟୁର ମାନ ବହୁତ ଭଲ ବୋଲି କହିବା ପାରିବା ।

ଯଦି ବାୟୁର ଗୁଣବତ୍ତା 201 ରୁ 300 ପାରାମିଟର ମଧ୍ୟରେ ଥାଏ ତେବେ ଏକ୍ୟୁଆଇ ହିସାବରେ ଖରାପ କହିବା ।

ଯଦି ବାୟୁର ଗୁଣବତ୍ତା 301 ରୁ 400 ମଧ୍ୟରେ ଥାଏ ତେବେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଖରାପ ବୋଲି କହିପାରିବା ।

ଏୟାର କ୍ବାଲିଟି ଇଣ୍ଡେକ୍ସରେ 401ରୁ 500 ସ୍ତରକୁ ଛୁଇଁବ, ତେବେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥରକୁ ପହଞ୍ଚି

ଦିଲ୍ଲୀବାସୀଙ୍କୁ ଯେତିକି ବାହ୍ୟ ଶାରୀରିକ କାର୍ଯ୍ୟକଳାପ ଦରକାର ସେତିକି କରିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ଆଜ୍‌ମା ରୋଗରେ ପୀଡିତ, ତେବେ SAFAR ପରାମର୍ଶଦାତା ଅନୁଯାୟୀ ସେମାନେ ଏପରି ପ୍ରଦୂଷଣଯୁକ୍ତ ବାୟୁରେ ନବୁଲି ଘରେ ରହିବା ସହ ଔଷଧ ସବୁବେଳେ ପାଖରେ ରଖିବାକୁ କୁହାଯାଇଛି । ଏହି ସମୟରେ ଯଦି ବର୍ଷା ହୁଏ ତେବେ ବାୟୁର ଗୁଣବତ୍ତାରେ ସୁଧାର ଆସିପାରେ । ସେପେଟେ ଆଜିର ଦିନରେ ମହାରାଷ୍ଟ୍ରର ମୁମ୍ବାଇରେ ବାୟୁ ଗୁଣବତ୍ତା 'ମଧ୍ୟମ' ବର୍ଗରେ ରେକର୍ଡ କରାଯାଇଛି ।

@ANI

ABOUT THE AUTHOR

...view details