ଓଡିଶା

odisha

ETV Bharat / bharat

Delhi Air Quality: ଅତି ଖରାପ ଶ୍ରେଣୀରେ ଦିଲ୍ଲୀ ବାୟୁ ଗୁଣବତ୍ତା

ବିଷାକ୍ତ ହେଉଛି ଦିଲ୍ଲୀ ପରିବେଶ । ଆଜି ସକାଳୁ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ

Delhi Air Quality: ଅତି ଖରାପ ଶ୍ରେଣୀରେ ଦିଲ୍ଲୀ ବାୟୁ ଗୁଣବତ୍ତା
Delhi Air Quality: ଅତି ଖରାପ ଶ୍ରେଣୀରେ ଦିଲ୍ଲୀ ବାୟୁ ଗୁଣବତ୍ତା

By

Published : Dec 16, 2021, 10:20 AM IST

ନୂଆଦିଲ୍ଲୀ:ବିଷାକ୍ତ ହେଉଛି ଦିଲ୍ଲୀ ପରିବେଶ । ଓମିକ୍ରନ ଭୟାବହତା ମଧ୍ୟରେ ପୁଣି ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ହେଉଛନ୍ତି ରାଜଧାନୀବାସୀ । ଆଜି(ଗୁରୁବାର) ସକାଳୁ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ(very poor) ଶ୍ରେଣୀରେ ରହିଛି । ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୩୩୭ ରେକର୍ଡ ହୋଇଛି । ତେବେ ପବନର ଅନୁକୂଳ ଗତି ଯୋଗୁଁ ଶୁକ୍ରବାରଠୁ ବାୟୁମାନରେ ସୁଧାର ଆସିବ ବୋଲି ଅନୁମାନ କରାଯାଇଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (SAFAR) ଏନେଇ ସୂଚନା ଦେଇଛି ।

SAFAR ଅନୁଯାୟୀ, କୁହୁଡି ଯୋଗୁଁ ଦିଲ୍ଲୀରେ ବାୟୁ ଗୁଣବତ୍ତା(AQI) ଆସନ୍ତା ଦୁଇ ଦିନ ଯାଏଁ ଖରାପ ରହିବାର ସମ୍ଭାବନା ରହିଛି । ଆଜି ବାୟୁମାନରେ ସୁଧାର ଆସିବ ଏବଂ ଆସନ୍ତାକାଲି ମଧ୍ୟ ପବନର ତୀବ୍ର ଗତି କାରଣରୁ ବଡ ସୁଧାର ଆସିପାରେ । ଯାହାଦ୍ବାରା AQI ଖରାପ କିମ୍ବା ଅତି ଖରାପ ଶ୍ରେଣୀରୁ ତଳକୁ ରହିବ ବୋଲି ଅନୁମାନ କରିଛି SAFAR । ଆଜି ସକାଳୁ ନୋଏଡା ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ଯଥାକ୍ରମେ ୩୩୭ ଏବଂ ୩୩୦ ପଏଣ୍ଟ ରେକର୍ଡ ହେବା ସହ ଅତି ଖରାପ ଶ୍ରେଣୀରେ ଥିବା ଜଣାପଡିଛି ।

ସରକାରୀ ଏଜେନ୍ସି ମୁତାବକ, ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ଭଲ ବୋଲି କୁହାଯାଏ । ସେହିପରି ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ରହିଲେ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୦-୫୦୦ ରହିଲେ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରାଯାଏ ।

@ANI

ABOUT THE AUTHOR

...view details