ଓଡିଶା

odisha

ETV Bharat / bharat

ଏବେବି ଦିଲ୍ଲୀରେ ବାୟୁର ଗୁଣବତ୍ତା ଗୁରୁତର

ରାଜଧାନୀ ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେ ବି ଗୁରୁତର ସ୍ଥିତିରେ ରହିିଛି ଦିଲ୍ଲୀ ପରିବେଶ । ଅଧିକ ପଢନ୍ତୁ...

ସୁଧୁରୁନି ଦିଲ୍ଲୀ ବାୟୁ ଗୁଣବତ୍ତା
ସୁଧୁରୁନି ଦିଲ୍ଲୀ ବାୟୁ ଗୁଣବତ୍ତା

By

Published : Mar 22, 2021, 10:43 AM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସାମାନ୍ୟ ସୁଧୁରିଛି ମାତ୍ର ସମ୍ପୂର୍ଣ୍ଣ ସୁଧିରିନି । ଆଜି ବି ଗୁରୁତର ରହିଛି ଦିଲ୍ଲୀ ବାୟୁ । ସୋମବାର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା 235 ରହିଛି ବୋଲି ସାଫାର ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଛି ବୋଲି ଅନୁମାନ କରିଛି ବାୟୁ ଗୁଣବତ୍ତା ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନର ବ୍ୟବସ୍ଥା (ସାଫାର) । ଆସନ୍ତାକାଲି ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ସାଫାର । ଏହା ସହିତ କିଛି ସ୍ଥାନରେ ବ୍ରଜପାତ ସହିତ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।

ରାଜସ୍ଥାନର ଭଦ୍ରା, ସିଦମୁଖ, ସାଦଲୁପୁର ଏବଂ ହରିଆଣାର ହନ୍ସି, ,ହିସାରା, ବରୱାନା ଆଦି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଶୀତ ଦିନ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲାଗି ରହିଛି । ଏ ନେଇ ଦିଲ୍ଲୀବାସୀ ହନ୍ତସନ୍ତ ହୋଇଛନ୍ତି ।

@ANI

ABOUT THE AUTHOR

...view details