ଓଡିଶା

odisha

By

Published : Nov 10, 2021, 10:02 AM IST

ETV Bharat / bharat

ଆଜି ବି ନିମ୍ନସ୍ତରରେ ବାୟୁ ଗୁଣବତ୍ତା, ଅଡୁଆରେ ଦିଲ୍ଲୀବାସୀ

ଗମ୍ଭୀର ସ୍ତରକୁ ଖସୁଛି ବାୟୁ ଗୁଣବତ୍ତା । ଅଣନିଶ୍ବାସୀ ହୋଇଛନ୍ତି ଦିଲ୍ଲୀବାସୀ । ସାଫାରର ଆକଳନ ଅନୁଯାୟୀ ଆଜି ଏୟାର କ୍ବାଲିଟି ୩୮୨ରେ ରହିଛି । ଅଧିକ ପଢନ୍ତୁ...

ବିଗୁଡୁଛି ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ
ବିଗୁଡୁଛି ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ । ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ନିମ୍ନସ୍ତରକୁ ଖସୁଛି ବାୟୁ ଗୁଣବତ୍ତା । ଅଣନିଶ୍ବାସୀ ହୋଇଛନ୍ତି ଦିଲ୍ଲୀବାସୀ । ସାଫାରର ଆକଳନ ଅନୁଯାୟୀ ଆଜି ସମୁଦାୟ ଏୟାର କ୍ବାଲିଟି ୩୮୨ରେ ରହିଛି ।

ପୂର୍ବରୁ ମଙ୍ଗଳବାର ମଧ୍ୟ ଏକ୍ୟୁଆଇ ମାନ ଗୁରୁତର ସ୍ତରରେ ଥିଲା । ୩୭୨ରେ ରହିଥିଲା ଏକ୍ୟୁଆଇ । ଦିଲ୍ଲୀ -ଏନସିଆରେ ବାୟୁ ପ୍ରଦୂଷଣକୁ କମାଇବା ପାଇଁ ପଦକ୍ଷେପ ନେବାକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(CPCB) ପରାମର୍ଶ ଦେଇଥିଲା । ଦୀପାବଳିରେ ବାଣ ଫୁଟିବା ସହିତ ଗଦା ଗଦା ନଡା ଜାଳିବା ଯୋଗୁଁ ଦିଲ୍ଲାବାସୀଙ୍କ ଭୋଗିବାକୁ ପଡିଛି । ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି ପରିବେଶ ।

ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଉପଗ୍ରହ ତଥ୍ୟ ଅନୁଯାୟୀ, କେବଳ ପଞ୍ଜାବରେ ୩୫୦୦ରୁ ଅଧିକ ନଡ଼ା ଗଦା ଜଳାଯାଇଥିବା ଫଟୋ ଉତ୍ତୋଳନ ହୋଇଛି । ପଞ୍ଜାବ ଏବଂ ହରିୟାଣାରେ ଏବେ ଅମଳ ସମୟ ଚାଲିଛି । ତେଣୁ ପରିସ୍ଥିତି ସୁଧାରିବାର ଆଶା କ୍ଷୀଣ । ପାଣିପାଗ ପୁଣି ଥରେ ସ୍ବାଭାବିକ ହେବାକୁ ସମୟ ଲାଗିପାରେ । ଅଧିକାଂଶ ସ୍ଥାନରେ ଦିଲ୍ଲୀ ବାୟୁ ଅତି ଗୁରୁତର ବର୍ଗ (ସିଭିଅର)ରେ ଅଛି। ମଙ୍ଗଳବାର ସକାଳେ ଆନନ୍ଦ ବିହାର ଏବଂ ଫରିଦାବାଦର ଏୟାର କ୍ୱାଲିଟି ୬୦୦ରୁ ଅଧିକ ରେକର୍ଡ଼ କରାଯାଇଛି। ଇଣ୍ଡିଆ ଗେଟ୍, ମାଣ୍ଡିର ମାର୍ଗ, ଶ୍ରୀନିବାସପୁରୀ ସମେତ ଅଧିକାଂଶ ସ୍ଥାନରେ ଏପର୍ଯ୍ୟନ୍ତ ଏୟାର କ୍ବାଲିଟି ୪୦୦ରେ ରହିଥିଲା ଫଳରେ ଚାରିଆଡ଼େ ଧୂଆଁମୟ ହୋଇଥିଲା ଯାହା ଦିଲ୍ଲୀବାସୀଙ୍କୁ ଅଡୁଆରେ ପକାଇଛି ।

@ANI

ABOUT THE AUTHOR

...view details