ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି । ଗୁରୁବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଦିଲ୍ଲୀରେ ଶାଦିପୁରର ବାୟୁ ଗୁଣବତ୍ତା ସୂଚକାଙ୍କ 343ରେ ରେକର୍ଡ କରାଯାଇଛି। ଆନନ୍ଦ ବିହାରରେ ଏହି ସ୍ତର 321, ଚାନ୍ଦିନୀ ଚୌକରେ 273, ଦ୍ୱାରକା 273 ଏବଂ ମୁଣ୍ଡକା ଅଞ୍ଚଳରେ 288 ରହିଛି ବାୟୁର ଗୁଣବତ୍ତା । ଦିଲ୍ଲୀ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିଭିନ୍ନ ଅଭିଯାନ ପାଇଁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ।
ଦୀପାବଳୀ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ, ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ରହିବ । ଏଥିପାଇଁ ବିଭିନ୍ନ କାରଣ ରହିଛି । ବିଜ୍ଞାନ ଏବଂ ପରିବେଶ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିବେକ ଚଟ୍ଟୋପାଧ୍ୟାୟ ମଧ୍ୟ ଏନେଇ ନିଜର ମତ ରଖିଛନ୍ତି । ପ୍ରଦୂଷଣ ବଢିବା ନେଇ ପାଣିପାଗ ଓ ଦିଲ୍ଲୀର ଭୌଗଳିକ ଅବସ୍ଥିତି ବିଷୟରେ କହିଛନ୍ତି । ଏହି ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ପ୍ରତିବର୍ଷ ପ୍ରୟାସ କରାଯାଉଛି । ଯାହାକୁ ନେଇ ରାଜନୀତି ମଧ୍ୟ କରାଯାଉଛି । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରମ ଭଳି ରହିଛି ।