ନୂଆଦିଲ୍ଲୀ:ଦିନକୁ ଦିନ ବିଗୁଡୁଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ପ୍ରଦୂଷଣ ସାଙ୍ଗକୁ କୁହୁଡିରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଆଜି ବି ଦିଲ୍ଲୀର ବାୟୁ ପ୍ରଦୂଷଣ ଗୁରୁତର ସ୍ଥିତିରେ ରହିଛି । ଏକ୍ୟୁଆଇ ମାନରେ ବାୟୁ ସୂଚକାଙ୍କ 301 ରେର୍କଡ ହୋଇଛି ।
ସକାଳ 8ଟା ସୁଦ୍ଧା ପାଲାମ ଓ ସଫଦରଜଙ୍ଗରେ ତାପମାତ୍ରା ଯଥାକ୍ରମେ 4.6ଡିଗ୍ରୀ ଓ 3.2 ଡିଗ୍ରୀ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ କୁହୁଡି ପଡିଥିବାରୁ 100 କିଲୋମିଟର ଭିତରେ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଦିଲ୍ଲୀରେ ପରିବେଶ ଅତି ଗୁରୁତର ରହିଛି ବୋଲି କହିଛି ସାଫାର ।