ନୂଆଦିଲ୍ଲୀ: ଭାରତୀୟ ନାରୀର ପରିଚୟ ଶାଢି । ହେଲେ ଶାଢିଙ୍କୁ ନେଇ ଏବେ ଜଣେ ମହିଳାଙ୍କୁ ଅପମାନିତ ହେବାକୁ ପଡିଛି । ଶାଢି ପିନ୍ଧିଥିବାରୁ ଅନିତା ଚୌଧୁରୀ ନାମକ ଜଣେ ମହିଳାଙ୍କୁ ରେସ୍ତୋରାଁରେ ପ୍ରବେଶ କରିବାକୁ ବାରଣ କରିଛନ୍ତି ରେସ୍ତୋରାଁ କର୍ମଚାରୀ । କାହିଁକିନା ଶାଢି ଏକ ସ୍ମାର୍ଟ ପୋଷାକ ନୁହଁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଆକ୍ୱିଲା ରେସ୍ତୋରାଁରେ ଘଟିଥିବା ବେଳେ ମହିଳା ଜଣଙ୍କ ଜନ୍ମଦିନ ପାର୍ଟ ପାଇଁ ହୋଟେଲ ବୁକ କରିବା ପରେ ସେପ୍ଟେମ୍ବର ୯ ତାରିଖରେ ହୋଟେଲକୁ ଯାଇଥିଲେ ।
ହେଲେ ମହିଳା ଜଣଙ୍କ ଶାଢି ପିନ୍ଧିଥିବାରୁ ତାଙ୍କୁ କର୍ମଚାରୀ ମାନେ ଅଟକାଇଥିଲେ ଏବଂ କହିଥିଲେ ଯେ ରେସ୍ତେରାଁ ଭିତରକୁ ଶାଢି ପିନ୍ଧିଯିବାକୁ ଅନୁମତି ନାହିଁ । ଏହା ପରେ ମହିଳା ଓ ହୋଟେଲ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।