ନୂଆଦିଲ୍ଲୀ: ପାରିବାରିକ କଳହର ଭୟଙ୍କର ଚିତ୍ର । ଯୁକ୍ତି ତର୍କବେଳେ ଉତ୍ତ୍ୟକ୍ତ ହୋଇ ସ୍ବାମୀଙ୍କ କାନ କାମୁଡି ଛିଣ୍ଡାଇଦେଲେ ମହିଳା । ଏଭଳି ଅଦ୍ଭୁତ ଘଟଣା ଘଟିଛି ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ସ୍ବାମୀ । ତାଙ୍କ ଡାହାଣ ପାର୍ଶ୍ବ କାନର ଉପରି ଭାଗ ଚିଣ୍ଡି ଯାଇଥିବାବେଳେ ତାହାର ସର୍ଜରୀ କରିଛନ୍ତି ଡାକ୍ତର । ତେବେ ସୁସ୍ଥ ହେବା ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ
ପୋଲିସର କହିବା ଅନୁସାରେ, IPC ଧାରା ୩୨୪ ଅନୁସାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୋଗକାରୀ ଜଣକ କହିଛନ୍ତି, "ମୁଁ ଗତ ୨୦ ତାରିଖରେ ପାଖାପାଖି ୯ଟା ୨୦ ସମୟରେ ଘର ବାହାରକୁ ଆବର୍ଜନା ଫିଙ୍ଗିବାକୁ ଯାଇଥିଲି । ଆଉ ପତ୍ନୀଙ୍କୁ ଘର ସଫା କରିବାକୁ କହିଥିଲି । ହେଲେ ଯେତେବେଳେ ମୁଁ ଘରକୁ ଫେରିଲି ସେ ମୋ ସହ ଝଗଡ଼ା କରିବା ଆରମ୍ଭ କରିଦେଲେ । ଘର ବିକିଦେବାକୁ ସେ ମୋତେ କହିଥିଲେ । ଏପରିକି ନିଜର ପ୍ରାପ୍ୟ ମାଗିବା ସହ ପିଲାଙ୍କୁ ନେଇ ଅନ୍ୟତ୍ର ରହିବା ପାଇଁ ମଧ୍ୟ ଧମକ ଥିଲେ ।"