ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କୋରୋନା କଟକଣାକୁ କୋହଳ କରିଛନ୍ତି । ଯୁଗ୍ମ ଅଯୁଗ୍ମ ପଦ୍ଧତିରେ ସହରରେ ଦୋକାନ ବଜାର ଖୋଲୁଥିବା କଟକଣାକୁ ସରକାର ବନ୍ଦ କରିଛନ୍ତି । ଆସନ୍ତାକାଲି(ସୋମବାର)ଠାରୁ ସହରରେ ସମସ୍ତ ଦୋକାନ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ରବିବାର ଘୋଷଣା କରିଛନ୍ତି ।
ସୋମବାର ସକାଳ 5ଟା ଠାରୁ ସମସ୍ତ କାର୍ଯ୍ୟ ପୂର୍ବ ପରି ସ୍ବାଭାବିକ ଭାବେ ଚାଲିବ । ଦିଲ୍ଲୀ ବଜାରରେ ଯୁଗ୍ମ ଅଯୁଗ୍ମ ପଦ୍ଧତିକୁ ବନ୍ଦ କରାଯାଇଛି । 1 ସପ୍ତାହ ପାଇଁ ସମସ୍ତ ଦୋକାନକୁ ଟ୍ରାଏଲ ବେସିସରେ ଖୋଲାଯିବ । ସଂକ୍ରମଣ ବଢିଲେ ସରକାର ପୁଣି କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କେଜିରୱାଲ କହିଛନ୍ତି । ପୂର୍ବଭଳି ସକାଳ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ସାପ୍ତାହିକ ହାଟକୁ ମଧ୍ୟ ଅନୁମତି ମିଳିଛି । କିନ୍ତୁ 50 ପ୍ରତିଶତ ବ୍ୟବସାୟୀଙ୍କୁ ନେଇ ଖୋଲିବ ।
ରେସ୍ତୋରାଁ 50 ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲା ରହିବ । ସେହିପରି ଦିଲ୍ଲୀ ମେଟ୍ରୋ ଓ ବସ ମଧ୍ୟ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ । ଅଟୋ, ଇ-ରିକ୍ସା ଆଦି 2 ଜଣ ଯାତ୍ରୀଙ୍କୁ ନେଇ ଚାଲିବ ।
କ'ଣ ଖୋଲିବ ?