ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କ୍ରମଶଃ ହ୍ରାସ ପାଇଛି । ଆଜିଠାରୁ(ସୋମବାର) ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ 3.0 । କଟକଣା ଭିତରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି ।
ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିଲା । ଏ ନେଇ ଲକଡାଉନ ବି ବଢି ବଢି ଚାଲିଥିଲା । ସଂକ୍ରମଣ ହାର କମିବା କ୍ଷଣି ଦିଲ୍ଲୀରେ ଖୋଲିବାକୁ ଲାଗିଲା ତାଲା । ବର୍ତ୍ତମାନ ଦିନେ ଛାଡି ଦିନେ ଦୋକାନ ଖୋଲୁଥିଲା ହେଲେ ଆଜିଠାରୁ ସପ୍ତାହକ ସାତ ଦିନ ଦୋକାନ, ମଲ ହୋଟେଲ ସବୁ ଖୋଲା ରହିବ । ଏଥିପାଇଁ ଦିନ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି ।