ନୂଆଦିଲ୍ଲୀ:ଛାତ୍ର ସଂସଦ ନିର୍ବାଚନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବାଜିମାତ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)। ଛାତ୍ର ସଂସଦ ନିର୍ବାଚନରେ ଆଜି ଭୋଟିଂ ସହ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ABVP ସଭାପତି ଆସନ ସହ 4ଟି ରୁ 3ଟି ପ୍ରମୁଖ ଆସନରେ ବାଜିମାତ କରିଛି । ପରିଷଦର ପ୍ରାର୍ଥୀ ତୁଷାର ଦେଦା ଛାତ୍ର ସଂସଦ ସଭାପତି ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ବାମପନ୍ଥୀ ଛାତ୍ର ସଂଗଠନ (NSUI) ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି ।
ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଏବିଭିପିର ତୁଷାର ଦେଦା ମୋଟ 3115 ଭୋଟରେ NSUI ପ୍ରାର୍ଥୀ ହିତେଶ ଗୁଲିଆଙ୍କୁ ପରାସ୍ତ କରିଛନ୍ତି । ଏବିଭିପି ସମ୍ପାଦକ ପଦ ମଧ୍ୟ ହାତେଇଛି । ଅପରାଜିତା 12,937 ଭୋଟରେ ଛାତ୍ର ସଂସଦ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଥିବା ବେଳେ ସଂଗଠନର ପ୍ରାର୍ଥୀ ସଚିନ ବୈଂସଲା 9995 ଭୋଟ ବ୍ୟବଧାନରେ ସହ-ସମ୍ପାଦକ ପଦରେ ଜିତିଛନ୍ତି ।NSUI ପକ୍ଷରୁ ନିର୍ବାଚନ ଲଢୁଥିବା ଅଭି ଦହିୟା ଜିତିଛନ୍ତି । ଯାହା ଦଳକୁ ମାତ୍ର ଗୋଟିଏ ପଦବୀ ଦେଇଛି ସେ ପ୍ରାୟ ଦୁଇ ହଜାର ଭୋଟ ବ୍ୟବଧାନରେ ସେ ନିଜର ଏବିଭିପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।
ଛାତ୍ର ସଂଗଠନ ନିର୍ବାଚନରେ ବିଜୟ ପରେ ABVP ବିଜେପିର ତମାମ କେନ୍ଦ୍ରୀୟ ନେତା ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବିଭିପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହ କହିଛନ୍ତି, ଏହି ବିଜୟ ପ୍ରଥମେ ରାଷ୍ଟ୍ରୀୟ ସ୍ୱାର୍ଥ ଆଦର୍ଶରେ ଯୁବ ପିଢିଙ୍କ ବିଶ୍ୱାସକୁ ପ୍ରତିଫଳିତ କରିଛି । ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ABVPକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।