ଓଡିଶା

odisha

Student Protest in DU: ବିଶ୍ବବିଦ୍ୟାଳୟ ଖୋଲିବା ଦାବିରେ ଛାତ୍ରଙ୍କ ଆତ୍ମାହୁତି ଉଦ୍ୟମ

By

Published : Feb 8, 2022, 5:17 PM IST

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଖୋଲିବା ଦାବିରେ ଛାତ୍ର ଆନ୍ଦୋଳନ ବେଳେ ଅଘଟଣ । ଆତ୍ମାହୁତି ଉଦ୍ୟମ କଲେ ଛାତ୍ର । କାବୁ କରି ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଅଧିକ ପଢନ୍ତୁ

student protest in DU: ବିଶ୍ବ ବିଦ୍ୟାଳୟ ଖୋଲିବା ଦାବିରେ ଛାତ୍ରଙ୍କ ଆତ୍ମହୁତି
student protest in DU: ବିଶ୍ବ ବିଦ୍ୟାଳୟ ଖୋଲିବା ଦାବିରେ ଛାତ୍ରଙ୍କ ଆତ୍ମହୁତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ତେବେ ଅନୁମତି ପରେ ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟ ନ ଖୋଲିବା ନେଇ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ବିଭିନ୍ନ ଛାତ୍ର ସଂଗଠନ ଦ୍ୱାରା କଲେଜ ଖୋଲିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

ବିଶ୍ବବିଦ୍ୟାଳୟ ଉତ୍ତର କ୍ୟାମ୍ପସରେ ଚାଲିଥିବା ଆନ୍ଦୋଳନ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆମ୍ ଆଦମୀ ପାର୍ଟି ଛାତ୍ର ସଂଗଠନ CYSSର ଜଣେ ସଦସ୍ୟ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ କାବୁ କରିନେବାରୁ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସମ୍ପୂର୍ଣ୍ଣ ଘଟଣାକ୍ରମରେ, ବିଶ୍ବବିଦ୍ୟାଳୟର ଉତ୍ତର ଏବଂ ଦକ୍ଷିଣ କ୍ୟାମ୍ପସରେ କଲେଜ ଖୋଲିବା ଦାବିରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ CYSS ର ଜଣେ ଛାତ୍ର ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲା । କୌଣସି ଅଘଟଣ ଘଟିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀମାନେ ଉକ୍ତ ଛାତ୍ରଙ୍କୁ କାବୁ କରିନେଇଥିଲେ । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ତେବେ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ପରେ ବିଶ୍ବବିଦ୍ୟାଳୟ ଖୋଲିବା ଦାବି ଜୋର ଧରୁଥିବା ବେଳେ କର୍ତ୍ତୃପକ୍ଷ କିନ୍ତୁ ଭିନ୍ନ ଯୁକ୍ତି ଦର୍ଶାଇଛନ୍ତି । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ କେବଳ ଦିଲ୍ଲୀ ସହର ନୁହେଁ ଦେଶର ପ୍ରାୟ ସମସ୍ତ ସ୍ଥାନର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆସିଥାନ୍ତି । ଦିଲ୍ଲୀରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ବିଶ୍ବବିଦ୍ୟାଳୟ ଖୋଲିବା ସମ୍ଭବପର ନୁହେଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details