ନୂଆଦିଲ୍ଲୀ :ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡ ଘଟଣା । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ସେଲ ପୋଲିସ । ଗୁଳିକାଣ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଗିରଫଦାରୀ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ରୋହିଣୀ କୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍କୁ ଆଧାର କରି ପୋଲିସ ଦୁଇ ଅଭିଯୁକ୍ତ ଉମଙ୍ଗ ଓ ବିନୟଙ୍କୁ ଗିରଫ କରିଛି।
ପୋଲିସ କହିଛି ,ଯେ ଏହି ଘଟଣା ପଛରେ ମାଣ୍ଡୋଲି ଜେଲରେ 15 ନମ୍ବର ସେଲରେ ଥିବା ସୁନୀଲ ଛଦ୍ମନାମ 'ଟିଲୁ'ର ହାତ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଟିଲୁ ଗ୍ୟାଙ୍ଗର ଚାରିଜଣ ସଦସ୍ୟ ହେଉଛନ୍ତି ଉମାଙ୍ଗ, ବିନୟ, ଜଗଦୀପ ଏବଂ ରାହୁଲ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୋଲିସ ଏନକାଉଣ୍ଟରରେ ଆଖି ବୁଜିଛନ୍ତି । ଗୋଗୀଙ୍କୁ ମାରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ।