ଓଡିଶା

odisha

By

Published : Nov 2, 2022, 9:57 AM IST

ETV Bharat / bharat

ଦିଲ୍ଲୀରେ ଟ୍ରିପଲ ମର୍ଡର: ଚାକିରିରୁ ବାହାର କରିବାରୁ ସ୍ବାମୀ-ସ୍ତ୍ରୀ ଓ ଚାକରାଣୀକୁ ନିର୍ମମ ହତ୍ୟା

ଦିଲ୍ଲୀରେ ଟ୍ରିପଲ ମର୍ଡର । ଚାକିରିରୁ ବାହାର କରିଦେବାରୁ ସ୍ବାମୀ-ସ୍ତ୍ରୀ ସହ ଚାକରାଣୀକୁ ହତ୍ୟା । ଅଧିକ ପଢନ୍ତୁ

ରାଜଧାନୀରେ ଟ୍ରିପଲ ମର୍ଡର: ଚାକିରିରୁ ବାହାର କରିବାରୁ ସ୍ବାମୀ-ସ୍ତ୍ରୀ ଓ ଚାକରାଣୀକୁ ନିର୍ମମ ହତ୍ୟା
ରାଜଧାନୀରେ ଟ୍ରିପଲ ମର୍ଡର: ଚାକିରିରୁ ବାହାର କରିବାରୁ ସ୍ବାମୀ-ସ୍ତ୍ରୀ ଓ ଚାକରାଣୀକୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଟ୍ରିପଲ ମର୍ଡର । ସ୍ବାମୀ-ସ୍ତ୍ରୀ ସହିତ ଘରର ଚାକରାଣୀକୁ ଛୁରୀ ଭୁସି ନିର୍ମମ ହତ୍ୟା କରାଯାଇଛି । ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ୪ ମହଲା ଘର ଭିତରୁ ତିନି ଜଣଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଗତକାଲି(ମଙ୍ଗଳବାର) ଏହି ତିନି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମୃତ ଦମ୍ପତିଙ୍କ ୩ ବର୍ଷର ଝିଅ ଜୀବନ ବଞ୍ଚି ଯାଇଛି । ମୃତକ ହେଲେ ସମୀର ଆହୁଜା (38), ତାଙ୍କ ପତ୍ନୀ ଶାଲୁ ଆହୁଜା(33) ଓ ଚାକିରାଣୀ ସପନା । ତେବେ ଚାକିରିରୁ ବାହାର କରିଦେବାରୁ ଦମ୍ପତିଙ୍କ ଦୁଇ ଜଣ ପୂର୍ବତନ କର୍ମଚାରୀ ଏହି ବର୍ବରୋଚିତ କାଣ୍ଡ ଭିଆଇଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହେଲେ ମୁଖ୍ୟ ଅଭିଯୁକ୍ତ ଓ ତା'ର ପ୍ରେମିକା ଫେରାର୍ ରହିଛନ୍ତି ।

ସୂଚନା ଅନୁଯାୟୀ, ମୃତ ମହିଳା ଶାଲୁ ଏକ ବିଉଟି ପାର୍ଲର ଚଳାଉଥିଲେ । ଅଭିଯୁକ୍ତ ପ୍ରେମୀ ଯୁଗଳ ସେଠାରେ କାମ କରୁଥିଲେ । ୧୦ ଦିନ ତଳେ କୌଣସି କାରଣକୁ ନେଇ ଶାଲୁ ଦୁହିଁଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏପରିକି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଏଥିରେ ରାଗିଯାଇ ଦୁଇ ପ୍ରେମୀ ଯୁଗଳ ନିଜର ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଶାଲୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ । ଏହାପରେ ମଙ୍ଗଳବାର ସକାଳେ ସେମାନେ ମହିଳାଙ୍କ ଘରେ ପହଞ୍ଚି ତାଙ୍କ ସହ ସ୍ବାମୀ ସମୀର ଓ ଚାକିରଣୀ ସପନାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ମଙ୍ଗଳବାର ସକାଳେ ମୃତକଙ୍କ ଡ୍ରାଇଭର ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

ତେବେ ୪ ମହଲା ଘରର ଗ୍ରାଉଣ୍ଡ ଫ୍ଲୋରରୁ ଶାଲୁ ଓ ଚାକରାଣୀଙ୍କ ମୃତଦେହ ମିଳିଥିବା ବେଳେ ଉପର ଘରୁ ସ୍ବାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାକାରୀମାନେ ହତ୍ୟାକାଣ୍ଡ ଘଟାଇବା ସମୟରେ ଶାଲୁଙ୍କ ୩ ବର୍ଷର ଝିଅ ଅନ୍ୟ ଏକ ରୁମରେ ଥିଲେ । ତେଣୁ ପିଲାଟିର ଜୀବନ ବଞ୍ଚିଯାଇଛି । ପୋଲିସ ଘରର ସିସିଟିଭି ଯାଞ୍ଚ କରିଛି । ସିସିଟିଭିରେ ଦେଖାଯାଇଛି ଯେ, ଅଭିଯୁକ୍ତମାନେ ଦୁଇଟି ବାଇକ ଯୋଗେ ସକାଳ ୮ଟା ସମୟରେ ଶାଲୁଙ୍କ ଘରେ ପହଞ୍ଚିଥିଲେ । ହତ୍ୟା କରିବା ପରେ ୯ଟା ବେଳକୁ ଘରୁ ବାହାରି ଯାଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ଓ ତା'ର ପ୍ରେମିକା ବର୍ତ୍ତମାନ ଫେରାର୍ ଥିବାବେଳେ ପୋଲିସ ସେମାନଙ୍କର ଦୁଇ ସହଯୋଗୀକୁ ଗିରଫ କରିଛି । ଅନ୍ୟ ଦୁହିଁ ଜଣଙ୍କୁ ଧରିବାକୁ ଖୋଜାଖୋଜି କରାଯାଉଛି ।

ABOUT THE AUTHOR

...view details