ଓଡିଶା

odisha

ETV Bharat / bharat

NITI Aayog Meeting: ବୈଠକକୁ ବହିଷ୍କାର କଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି - ଦିଲ୍ଲୀ ଶାସନ ଭାର

ଆସନ୍ତାକାଲି ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଦେଲେ ସୂଚନା । ଅଧିକ ପଢନ୍ତୁ

NITI Aayog Meeting
NITI Aayog Meeting

By

Published : May 26, 2023, 6:11 PM IST

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଆୟୋଜିତ ହେବାକୁ ଥିବା ନୀତି ଆୟୋଗ ବୈଠକକୁ ବହିଷ୍କାର କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଦିଲ୍ଲୀର ଶାସନ କ୍ଷମତାକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ ସେ ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି । ଯଦି ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶ ମାନିବେ ନାହିଁ ତେବେ ଲୋକେ ନ୍ୟାୟ ପାଇଁ କେଉଁଠିକୁ ଯିବେ ବୋଲି ସେ ଏହି ଚିଠିରେ ପ୍ରଶ୍ନ କରିଛନ୍ତି ।

ଚିଠିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, "ଆସନ୍ତାକାଲି ନୀତି ଆୟୋଗର ବୈଠକ ରହିଛି । ନୀତି ଆୟୋଗର ଉଦ୍ଦେଶ୍ୟ ହେଉଛି ଭାରତବର୍ଷର ଭିଜନକୁ ପ୍ରସ୍ତୁତ କରିବା ସହିତ ସହକାରୀ ସଂଘବଦ୍ଧତାକୁ ବଜାୟ ରଖିବା । ହେଲେ ଗତ କିଛି ବର୍ଷ ଧରି ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ବିଜେପି ବିରୋଧୀ ସରକାରଗୁଡ଼ିକୁ ଦୁର୍ବଳ କରିବା ଲାଗି ପ୍ରଚେଷ୍ଟା କରାଯାଉଛି । ଏହା ଆମ ଦେଶର ଭିଜନ ନୁହେଁ କି ନା ଏହା ସହକାରୀ ସଂଘବଦ୍ଧ । ଗତ କିଛି ବର୍ଷ ଧରି ଦେଶବାସୀଙ୍କୁ ଗୋଟିଏ ମାତ୍ର ବାର୍ତ୍ତା ଦିଆଯାଉଛି ତାହା ହେଉଛି ଯଦି ଲୋକେ ବିଜେପିକୁ ନିଜ ସରକାର ଭାବେ ଚୟନ ନକରନ୍ତି, ତେବେ ଏହାକୁ ସହ୍ୟ କରାଯିବ ନାହିଁ ।"

ଏହା ବି ପଢନ୍ତୁ- Services Row: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜୁନ 11ରେ AAPର ମହାରାଲି

ସେ ନିଜ ପତ୍ରରେ ଆହୁରି ଲେଖିଛନ୍ତି, "ବିଜେପି ବିରୋଧୀ ସରକାରରଙ୍କ ବିଧାୟକମାନଙ୍କୁ କିଣାଯାଇ ଉକ୍ତ ସରକାରଙ୍କୁ ଭାଙ୍ଗି ଦିଆଯାଉଛି । ନଚେତ ବିଜେପି ବିରୋଧୀ ସରକାରଙ୍କ ପଛରେ ଇଡି, ସିବିଆଇକୁ ଲଗାଯାଉଛି । ବିଜେପି ଦ୍ବାରା ପ୍ରଭାବିତ ନହୋଇ ଯଦି କୌଣସି ବିଧାୟକ ନିଜ ଦଳ ସହିତ ରହୁଛନ୍ତି, ତେବେ ଅଧ୍ୟାଦେଶ ଜାରି କରାଯାଉଛି । ଉକ୍ତ ରାଜ୍ୟର ରାଜ୍ୟପାଳଙ୍କ ମାଧ୍ୟମରେ ସରକାରଙ୍କୁ କାମ କରିବାକୁ ଦିଆଯାଉନାହିଁ । ଦୀର୍ଘ ୮ବର୍ଷ ସଂଘର୍ଷ କରିବା ପରେ ଦିଲ୍ଲୀବାସୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଥିଲେ । ହେଲେ ଆପଣ ମାତ୍ର ୮ଦିନରେ ଅଧ୍ୟାଦେଶ ପାରିତ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି । ଲୋକେ ପ୍ରଶ୍ନ କରିଛନ୍ତି ଯଦି ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ ନ କରନ୍ତି, ତେବେ ନ୍ୟାୟ ଲାଗି ସେମାନେ କୁଆଡେ ଯିବେ ।"

ଏହା ବି ପଢନ୍ତୁ- ଦିଲ୍ଲୀ ସରକାର ପୁଣି କ୍ଷମତା ଶୂନ୍ୟ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

ଏହି ସମସ୍ତ କାରଣ ଦର୍ଶାଇ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚଳିତ ମାସ ୨୩ରୁ ୨୫ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପାରିତ ହୋଇଥିବା ଏହି ଅଧ୍ୟାଦେଶ ବିରୋଧରେ ବଳ ଗୋଟାଇବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, NCP ନେତା ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଅନ୍ୟପଟେ ଗତ ୧୧ ତାରିଖରେ ଦିଲ୍ଲୀ ପାୱାର ନେଇ କେଜ୍ରିୱାଲଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା । ଜାତୀୟ ରାଜଧାନୀ ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି, ବଦଳି ସମ୍ପର୍କିତ ନିଷ୍ପତ୍ତି ରାଜ୍ୟପାଳଙ୍କ ବଦଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

ଏହାପରେ ୧୯ ତାରିଖରେ କେନ୍ଦ୍ର ସରକାର ଏନେଇ ଏକ ଅଧ୍ୟାଦେଶ ଆଣିଥିଲେ । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ ଅଥରିଟି ନିକଟରେ ରହିବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ବହୁମତ ଆନୁପାତିକ ଭାବେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ । ଏହି ଅଧ୍ୟାଦେଶ ଆସିବା ପରେ ଦିଲ୍ଲୀ ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ ।

ABOUT THE AUTHOR

...view details