ଓଡିଶା

odisha

ETV Bharat / bharat

Delhi Service Bill: କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା, କେନ୍ଦ୍ରକୁ TDPର ସମର୍ଥନ - ଅଧ୍ୟାଦେଶ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ଝଟକା

ଦିଲ୍ଲୀ ସେବା ବିଲ୍‌ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା । କେନ୍ଦ୍ରକୁ ସମର୍ଥନ ଘୋଷଣା କଲା TDP । ପୂର୍ବରୁ ସମର୍ଥନ ଘୋଷଣା କରିସାରିଛନ୍ତି ବିଜେଡି ଓ ଓ୍ବାଇଏସଆର କଂଗ୍ରେସ । ଅଧିକ ପଢନ୍ତୁ

Delhi Service Bill: କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା, କେନ୍ଦ୍ରକୁ TDP ର ସମର୍ଥନ
Delhi Service Bill: କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା, କେନ୍ଦ୍ରକୁ TDP ର ସମର୍ଥନ

By

Published : Aug 2, 2023, 5:20 PM IST

ନୂଆଦିଲ୍ଲୀ: ‘ଦିଲ୍ଲୀ ସେବା ଅଧ୍ୟାଦେଶ’ ବିଲ୍‌ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା ଲାଗିଛି । ଆଜି ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟି (ଟିଡିପି) ଏହି ବିଲ୍‌ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଲକୁ ସମର୍ଥନ କରିବ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ଟିଡିପି । ଦଳର ରାଜ୍ୟସଭାରେ ଜଣେ ଓ ଲୋକସଭାରେ 3 ଜଣ ସାଂସଦ ରହିଛନ୍ତି । ଚନ୍ଦ୍ରବାବୁଙ୍କ ସମର୍ଥନ ଘୋଷଣା କରିବା ପରେ ଏବେ କେନ୍ଦ୍ର ସରକାରଙ୍କ ନିକଟରେ ଭୋଟ ସଂଖ୍ୟା ବଢିଛି ।

ଏହା ପୂର୍ବରୁ ଆନ୍ଧ୍ରରେ ଶାସନରେ ଥିବା ଜଗନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଇଏସଆର କଂଗ୍ରେସ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିସାରିଛି । ଦଳ ନିକଟରେ ଏବେ 9 ରାଜ୍ୟସଭା ସାଂସଦ ଓ 22 ଲୋକସଭା ସାଂସଦ ରହିଛନ୍ତି । ଉଚ୍ଚ ସଦନ ରାଜ୍ୟସଭାରେ ବିଲ ପାରିତ କରିବା ପାଇଁ 120 ସଦସ୍ୟଙ୍କ ଭୋଟ ଆବଶ୍ୟକ ଥିବା ବେଳେ ବର୍ତ୍ତମାନର ସମର୍ଥନ ସମୀକରଣକୁ ହିସାବକୁ ନେଲେ, ବିଜୁ ଜନତା ଦଳ, ଓ୍ବାଇଏଏସଆର କଂଗ୍ରେସ, ଟିଡିପି ଓ ବହୁଜନ ସମାଜବାଦୀ ପାର୍ଟି ସମର୍ଥନରେ କେନ୍ଦ୍ର ସରକାରଙ୍କ ନିକଟରେ ମୋଟ 127 ସଦସ୍ୟଙ୍କ ଭୋଟ ରହିଛି । ତେବେ ମିଳିତ ବିରୋଧୀଙ୍କ ନିକଟରେ ଏହି ବିଲ୍‌ ବିପକ୍ଷରେ ମୋଟ 109 ସାଂସଦଙ୍କ ଭୋଟ ରହିଛି । ଏପରି ସ୍ଥିତିରେ ଏହି ବିଲ୍‌ ଲୋକସଭା ସହିତ ଉଚ୍ଚସଦନ ରାଜ୍ୟଭାରେ ମଧ୍ୟ ପାରିତ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :-Delhi Ordinance Bill: ଲୋକସଭାରେ ଆଗତ, BJDର ସମର୍ଥନ

ଏହି ବିଲ୍‌ ଗତକାଲି (ଅଗଷ୍ଟ 1) ଲୋକସଭାରେ ଆଗତ ହୋଇଥିଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ଏହାକୁ ଆଗତ କରିବା ପରେ ବିଜୁ ଜନତା ଦଳ ଏହାକୁ ସମର୍ଥନ ଘୋଷଣା କରିଥିଲା । ବିଜେଡିର ରାଜ୍ୟସଭାରେ ମୋଟ 6 ସାଂସଦ ଥିବା ବେଳେ ଏହି ସମର୍ଥନ କେନ୍ଦ୍ର ସରକାରଙ୍କୁ ଏହି ବିଲ୍‌କୁ ପାରିତ କରିବାରେ ସହଯୋଗ କରିବ । ଲୋକସଭାରେ ଏହାକୁ ପାରିତ କରିବାରେ କେନ୍ଦ୍ର ସରକାରଙ୍କର କୌଣସି ସମସ୍ୟା ନାହିଁ ।

ହେଲେ ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି ନିକଟରେ ବହୁମତ ନଥିବାରୁ ଏହାକୁ ଉଚ୍ଚସଦନରେ ପାରିତ କରାଇ ନଦେବା ପାଇଁ କେଜ୍ରିଓ୍ବାଲ ଏକାଧିକ ବିରୋଧୀଙ୍କ ସମର୍ଥନ ହାସଲ କରିସାରିଛନ୍ତି । ତେବେ ପରିବର୍ତ୍ତିତ ସ୍ଥିତିରେ କେଜ୍ରିଓ୍ବାଲଙ୍କ ପ୍ରୟାସ ବିଫଳ ହେବାକୁ ଯାଉଥିବା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details