ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲା । ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ଅନ୍ୟ ଅଭିଯୁକ୍ତଙ୍କୁ ଶୁକ୍ରବାର ସମନ ଜାରି କଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ । ଅଭିଯୁକ୍ତମାନଙ୍କୁ ଆସନ୍ତା ଅକ୍ଟୋବର ୪ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ରହିଛି । ସ୍ବତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏକ ନୂତନ ଚାର୍ଜସିଟ ଦାଖଲ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଏହି ସମନ ଜାରି କରାଯାଇଛି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା ଅକ୍ଟୋବର ୪ ତାରିଖରେ ସମସ୍ତ ୧୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ସେପ୍ଟେମ୍ବର ୧୨ରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ନେଇଥିବା ସିବିଆଇ କୋର୍ଟକୁ ସୂଚନା ଦେଇଥିଲୋ । ଜୁଲାଇ ୩ରେ ସିବିଆଇ ଦ୍ବାରା ଦାଖଲ ହୋଇଥିବା ଦ୍ବିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ତତ୍କାଳୀନ ଜିଏମ୍ (WCR) ସମେତ ମୋଟ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଏହା ବି ପଢନ୍ତୁ- Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI