ଓଡିଶା

odisha

ETV Bharat / bharat

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା, ଦୋଷମୁକ୍ତ ହେଲେ ଶଶୀ ଥରୁର

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦୋଷମୁକ୍ତ ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର । ଦିଲ୍ଲୀ କୋର୍ଟ ମାମଲାର ଶୁଣାଣି କରି ଶଶୀଙ୍କୁ ଦୋଷମୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା, ଦୋଷ ମୁକ୍ତ ହେଲେ ଶଶି ଥରୁର
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା, ଦୋଷ ମୁକ୍ତ ହେଲେ ଶଶି ଥରୁର

By

Published : Aug 18, 2021, 12:11 PM IST

ଦିଲ୍ଲୀ: ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦୋଷମୁକ୍ତ ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର । ଦିଲ୍ଲୀ କୋର୍ଟ ମାମଲାର ଶୁଣାଣି କରି ଶଶୀଙ୍କୁ ଦୋଷମୁକ୍ତ କରିଛନ୍ତି । ଗତ ଏପ୍ରିଲ 26 ତାରିଖରେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ସୂଚନା ଥାଉକି, ଗତ ମାର୍ଚ୍ଚ 26 ତାରିଖରେ ଶଶୀ ଥରୁର କହିଥିଲେ କି ଯଦି ଆତ୍ମହତ୍ୟା କରିବା ଘଟଣା ପ୍ରମାଣିତ ହୋଇନାହିଁ ତେବେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଅଭିଯୋଗ ଭିତ୍ତିହୀନ । ପୂର୍ବରୁ ଶଶୀଙ୍କ ଓକିଲ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଦାବି କରିଥିଲେ । ସେ କୋର୍ଟକୁ କହିଥିଲେ କି, ସୁନନ୍ଦାଙ୍କୁ ମାନସିକ ଓ ଶାରିରୀକ ଭାବେ ଥରୁର କୌଣସି ନିର୍ଯାତନା ଦେଇନାହାନ୍ତି । ଏପରିକି ସୁନନ୍ଦାଙ୍କ ସମ୍ପର୍କୀୟଙ୍କ ବୟାନରୁ ଏହା ସ୍ପଷ୍ଟ ହେଉଛି କି ସେ ଆତ୍ମହତ୍ୟା କରିନପାରନ୍ତି । ତାଙ୍କ ସମ୍ପର୍କୀୟ ଶଶୀଙ୍କ ଉପରେ କୌଣସି ଅଭିଯୋଗ ଲଗାଇ ନଥିଲେ ।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଗତ 14 ମେ’ 2018ରେ ଦିଲ୍ଲୀ ପୋଲିସ ଅଭିଯୋଗ ପତ୍ର ଦାଖଲ କରିଥିଲା । ଯେଉଁଥିରେ ଶଶୀ ଥରୁରଙ୍କୁ ଦୋଷୀ ବୋଲି ଦର୍ଶାଇଥିଲା ପୋଲିସ । ଏପରିକି ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା 489 (ଏ) ଓ 306 ଭଳି ଦଫା ଲଗାଯାଇଥିଲା । ଏହାସହ ଅଭିଯୋଗରେ ଏହା ମଧ୍ୟ କୁହାଯାଇଥିଲା କି, ସୁନନ୍ଦାଙ୍କ ମୃତ୍ୟୁ ବିବାହର 3 ବର୍ଷ 3 ମାସ ପରେ ହୋଇଥିଲା । ଉଭୟଙ୍କ ବିବାହ 22 ଅଗଷ୍ଟ 2010 ହୋଇଥିଲା ।

ସୂଚନା ଥାଉକି, ୨୦୧୪ ଜାନୁଆରୀ ୧୭ ତାରିଖରେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଏକ ହୋଟେଲରେ ହୋଇଥିଲା । ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି ତାଙ୍କ ସ୍ବାମୀ ଶଶୀ ଥରୁରଙ୍କ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି ।

ABOUT THE AUTHOR

...view details