ଓଡିଶା

odisha

By

Published : Feb 27, 2021, 12:17 PM IST

ETV Bharat / bharat

ଭାରତରେ ଦିଲ୍ଲୀ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା

ଭାରତରେ ବିଭିନ୍ନ କାରଣରୁ ରାଜଧାନୀ ଦିଲ୍ଲୀରେ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା ଘଟିଥିବା ଦେଖିବାକୁ ମିଳିଥାଏ । ଗତବର୍ଷ ସିଏଏ ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଥିଲା । ଯେଉଁଥିରେ ନିରୀହ ଲୋକଙ୍କ ଉପରେ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଅଧିକ ପଢନ୍ତୁ...

ଭାରତରେ ଦିଲ୍ଲୀ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା
ଭାରତରେ ଦିଲ୍ଲୀ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା

ହାଇଦ୍ରାବାଦ: ଦେଶର ରାଜଧାନୀ ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହିଂସା ବା ଆନ୍ଦୋଳନ ହେଉଥିବା ବେଳେ ଆଉ କିଛି ଆନ୍ଦୋଳନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଏ । ରାଜଧାନୀରେ କେତେବେଳେ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେଉଥିବା ବେଳେ ଆଉ କିଛି ସମୟରେ ବିଭିନ୍ନ ଗୋଷ୍ଠୀକୁ ନେଇ ମଧ୍ୟ ବିବାଦ ଦେଖାଯାଇଥାଏ । ଏହି ଆନ୍ଦୋଳନ ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଉଭୟ ପକ୍ଷରୁ ମୃତାହତ ମଧ୍ୟ ହୋଇଥାନ୍ତି । ତେବେ ଦେଶରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ଅଧିକ ଜାଣନ୍ତୁ ।

ଶିଖ ଦଙ୍ଗା ପରେ ଦିଲ୍ଲୀରେ ବଡ ସାମ୍ପ୍ରଦାୟିକ ଦଙ୍ଗା:-

ଉତ୍ତର-ପୂର୍ବାଞ୍ଚଳ ଦିଲ୍ଲୀରେ ଏକ ବର୍ଷ ପୂ୍ର୍ବେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଦେଶରେ ହଇଚଇ ସୃଷ୍ଟି କରିଥିଲା । 1984 ମସିହା ଶିଖ ଦଙ୍ଗା ପରେ ଏହା ଏକ ବଡ ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା । CAA ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଏକ ସାମ୍ପ୍ରଦାୟିକ ଦଙ୍ଗାରେ ପହଞ୍ଚିଥିଲା । ଏହି 6 ଦିନର ବିବାଦ ମଧ୍ୟରେ ପ୍ରାୟ 53 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 581 ଜଣ ଆହତ ହୋଇଥିଲେ । ଦିଲ୍ଲୀର ଖଜୁରୁ ଖାସ, ଭଜନପୁର ଲଗର, ଗୋକାଲପୁରି, ଜାଫ୍ରାବାଦ ଓ ଦୟାଲପୁର ଅଞ୍ଚଳରେ ଅଧିକ ହିଂସାକାଣ୍ଡ ଘଟିଥିଲା । ଦିଲ୍ଲୀର ଧର୍ମନିରପେକ୍ଷ ଲୋକମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ତେବେ 2019ର ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ପୋଲିସ ଏହି ଦଙ୍ଗାକୁ ଉତ୍ତମ ଭାବେ ନିୟନ୍ତ୍ରଣ କରିଥିଲା । କିନ୍ତୁ ଗୃହମନ୍ତ୍ରୀଙ୍କ ନିକଟରେ 10 ଲକ୍ଷ ପାରାମିଲିଟାରୀ ଫୋର୍ସ ଥିବା ବେଳେ ସେମାନେ ଏହି ଦଙ୍ଗାକୁ ନିୟନ୍ତ୍ରଣ କରିପାରିନଥିଲେ ।

ତେବେ ଏହି ଦଙ୍ଗାରେ ଦିଲ୍ଲୀ ପୋଲିସ 1825 ଜଣ ଲୋକଙ୍କୁ 400ଟି ମାମଲାରେ ଗିରଫ କରାଯାଇଥିବା ବେଳେ 755ଟି ଏଫଆଇଆର ଦାଏର ହୋଇଥିଲା ଏବଂ 349ଟି ଚାର୍ଜସିଟ ଦାଖଲ ହୋଇଥିଲା । ଏହି ଦଙ୍ଗାରେ ସାମିଲ ଥିବା ବ୍ୟକ୍ତିମାନେ ପୂର୍ବରୁ ମଧ୍ୟ ଅନେକ ଗୁଡିଏ ଅପରାଧିକ ମାମଲାରେ ଜଡିତ ଥିଲେ । ଅନ୍ୟପଟେ ଏପର୍ଯ୍ୟନ୍ତ ମଧ୍ୟ ଶିଖ ଦଙ୍ଗାର ଶିକାର ହୋଇଥିବା ନିରୀହ ଲୋକମାନଙ୍କୁ ନ୍ୟାୟ ମିଳିପାରିନାହିଁ । ଏହି ଦଙ୍ଗା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟ କେତେକାଂଶରେ ଦାୟୀ ରହିଛି । କାରଣ ସାମାଜିକ ଗଣମାଧ୍ୟମରେ ମିଥ୍ୟା ସୂଚନା ଅଂଶୀଦାର ହେବା ପରେ ଏହା ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା ବୋଲି କୁହାଯାଏ ।

ଏହି ଦଙ୍ଗାର ଶିକାର ହୋଇଥିବା 2221ଜଣ ପୀଡିତଙ୍କୁ ଦିଲ୍ଲୀ ସରକାର ପ୍ରାୟ 26 କୋଟି ଅର୍ଥ ସହାୟତା କରିଥିବା ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି । ସ୍ବାଧୀନତା ପରେ ଭାରତ 1969 ଅହମ୍ମଦାବାଦ ଦଙ୍ଗାଠାରୁ ଆରମ୍ଭ କରି 2020 ଦିଲ୍ଲୀ ଦଙ୍ଗା ଭଳି ଅନେକ ସାମ୍ପ୍ରଦାୟିକ ବିବାଦର ଶିକାର ହୋଇଛି । ତଥାପି ଦେଶ ଏହି ଆହ୍ବାନକୁ ସାମନା କରି ଆଗକୁ ବଢିଛି । ଏହା ଭାରତର ଧର୍ମନିରପେକ୍ଷ ସୌନ୍ଦର୍ଯ୍ୟର ପ୍ରମାଣ ଦେଇଥାଏ । ରାଜଧାନୀ ଦିଲ୍ଲୀରେ ଏଭଳି ଦଙ୍ଗା ସମୟରେ ଭିନ୍ନ ଧର୍ମର ବ୍ୟକ୍ତିବିଶେଷମାନେ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥାଏ । ଏହା ସତ୍ତ୍ବେ ଦଙ୍ଗା ସମୟରେ ଦେଶର ସରକାର, ନାଗରିକ ସମାଜ, ପୋଲିସ, ଗଣମାଧ୍ୟମ ଓ ନ୍ୟାୟପାଳିକାଙ୍କୁ ସେମାନଙ୍କ କାର୍ଯ୍ୟକୁ ସଠିକ ଭାବେ ସମ୍ପାଦନ କରିବା ଆବଶ୍ୟକ ।

ABOUT THE AUTHOR

...view details