ନୂଆଦିଲ୍ଲୀ:କଡ ଲେଉଟାଉଛି ମହାମାରୀ କୋରୋନା । ପୁଣିଥରେ ଦେଶର ବିଭିନ୍ନ ସ୍ଥାନରୁ COVID-19 ସଂକ୍ରମଣ ସଂଖ୍ୟା ବୃଦ୍ଧି ଖବର ଆସିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଚିନ୍ତା ବଢାଇବାର ଲାଗିଛି । ଦିଲ୍ଲୀରେ କ୍ରମାଗତ ସଂକ୍ରମଣ ବଢି ଚାଲିଥିବା ବେଳେ ଆଜି(ମଙ୍ଗଳବାର) ଆଉ 632 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,274ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 414 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
COVID-19: ଦିଲ୍ଲୀରେ ଦିନକରେ 632 ନୂଆ ଆକ୍ରାନ୍ତ ଚିହ୍ନଟ, ଦୈନିକ ସଂକ୍ରମଣ ହାର ବୃଦ୍ଧି - ଦିଲ୍ଲୀ କୋଭିଡ ସଂଖ୍ୟା
ଦିଲ୍ଲୀରେ ଦିନକରେ 632 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଲା ଚିନ୍ତା । 4.42 ପ୍ରତିଶତରେ ପହଞ୍ଚିଲା ଦୈନିକ ସଂକ୍ରମଣ ହାର । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,274 । ଅଧିକ ପଢନ୍ତୁ
Delhi covid: ଦିନକରେ 632 ନୂଆ ଆକ୍ରାନ୍ତ, 4.42 ପ୍ରତିଶତରେ ପହଞ୍ଚିଲା ଦୈନିକ ସଂକ୍ରମଣ ହାର
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଦୈନିକ ସଂକ୍ରମଣ ହାର 4.42 ପ୍ରତିଶତକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ବଢି ଚାଲିଥିବା ସଂକ୍ରମଣ ସଂଖ୍ୟାକୁ ନେଇ ଚିନ୍ତା ବଢିଛି । କିଛି ମାସ ବ୍ୟବଧାନର ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା । ମାତ୍ର ସଂକ୍ରମଣ ସଂଖ୍ୟା ପରେ ବୃଦ୍ଧି ପୁଣି କଟକଣା ଲାଗୁ ପରିସ୍ଥିତି ଦେଖିବାକୁ ମିଳିପାରେ । ଗତ କିଛି ମାସ ତଳେ ସରକାର ସର୍ବସାଧାରଣ ସ୍ଥାନ, ମେଟ୍ରୋ, ସ୍କୁଲ ଓ କଲେଜ ଖୋଲିବା ସହ କୋଭିଡ କଟକଣା ନିୟମ କୋହଳ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ