ନୂଆଦିଲ୍ଲୀ:ଆଜି ରାଜଧାନୀ ଦଲ୍ଲୀ କୋଭିଡ ସଂକ୍ରମଣ ନେଇ ଗତ କିଛି ଦିନର ସମସ୍ତ ରେକର୍ଡ ଅତିିକ୍ରମ କରିଛି । ଆଜି ଗୋଟିଏ ଦିନରେ 1009 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ସକ୍ରିୟ ମାମଲା 2,641ରେ ପହଞ୍ଚିଛି ।
ସହିପରି ଅନୁରୂପ ଭାବେ ଦୈନିକ ସଂକ୍ରମଣ ବୃଦ୍ଧି ସହ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ଘଟି 5.70% ରେ ପହଞ୍ଚିଛି । ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ 314 ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଣି ସଂକ୍ରମଣ ହଠାତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ପରିସ୍ଥିତିକୁ ଦେଖି କୋଭିଡ ମୁକାବିଲା ମଧ୍ୟ ଆରମ୍ଭ ହୋଇଛି । ପୁଣି ସମଗ୍ର ଦିଲ୍ଲୀର ଆଜି ଠାରୁ ଫେସମାସ୍କ ମଧ୍ୟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ କଲେଜ, ମେଟ୍ରୋ ସମେତ ସାଧାରଣ ଜୀବନଯାତ୍ରା ଉପରେ କୋଭିଡ କଟକଣା ହ୍ରାସ କରାଯାଇଥିବା ବେଳେ ଏହାକୁ ପୁଣି ଥରେ ଲାଗୁ କରିବା ନେଇ ମଧ୍ୟ ବିଚାରବିମର୍ଶ ମଧ୍ୟ ଆରମ୍ଭ ହୋଇଛି । ମାସ୍କ ନପିନ୍ଧଇଲେ ଫାଇନ 500 ଦେବାକୁ ପଡିବ ବୋଲି ସୂଚନା ରହିଛି ।
ତେବେ ରିପ୍ରଡକ୍ସନ ନମ୍ବର ବା ଆର୍ ଭ୍ୟାଲୁ ଭାରତରେ ୧ ଟପିଛି । କରୋନା ସଂକ୍ରମଣ କେତେ ବେଗରେ ବ୍ୟାପୁଛି, ତା’ର ଆକଳନ କରିବା ପାଇଁ ଆର ଭ୍ୟାଲୁକୁ ବିଚାରକୁ ନିଆଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ