ଓଡିଶା

odisha

ଦିଲ୍ଲୀରେ 5,270 ଜଣ ଡେଙ୍ଗୁରେ ଆକ୍ରାନ୍ତ, ଗତ ୬ ବର୍ଷରେ ସର୍ବାଧିକ

By

Published : Nov 15, 2021, 5:26 PM IST

ଦିଲ୍ଲୀରେ ଚଳିତବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି 5,270 ଜଣ । ଗତ ୬ ବର୍ଷରେ ସର୍ବାଧିକ । ପ୍ରାଣ ହରାଇଲେଣି ୧୦ ଜଣ । ଅଧିକ ପଢନ୍ତୁ

ଦିଲ୍ଲୀରେ 5,270 ଡେଙ୍ଗୁରେ ଆକ୍ରାନ୍ତ, ଗତ ୬ ବର୍ଷରେ ସର୍ବାଧିକ
ଦିଲ୍ଲୀରେ 5,270 ଡେଙ୍ଗୁରେ ଆକ୍ରାନ୍ତ, ଗତ ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ:ପ୍ରଦୂଷଣ ସାଙ୍ଗକୁ ଦିଲ୍ଲୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ ।ଚଳିତ ଋତୁରେ ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 5,270 ଅତିକ୍ରମ କରିଛି, ଯାହାକି ଗତ ୬ ବର୍ଷରେ ସର୍ବାଧିକ ବୋଲି ଜଣାପଡିଛି । 2015 ମସିହାରେ ଡେଙ୍ଗୁ ଅନିୟନ୍ତ୍ରିତ ଭାବେ ବ୍ୟାପିଥିଲା । ତେବେ ଚଳିତବର୍ଷ ଦିଲ୍ଲୀରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ଆଜି (ସୋମବାର) ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ହସ୍ତଗତ ହୋଇଛି ।

ଗତ ଏକ ସପ୍ତାହ ମଧ୍ୟରେ ସହରରେ ପ୍ରାୟ 2,570 ଜଣ ଡେଙ୍ଗୁରେ ସଂକ୍ରମିତ ହୋଇଥବା ଜଣାପଡିଛି । ଏହି ସଂକ୍ରମଣରେ କୌଣସି ମୃତ୍ୟୁ ସୂଚନା ନାହିଁ । ଚଳିତବର୍ଷ ନଭେମ୍ବର 13 ପର୍ଯ୍ୟନ୍ତ ମୋଟ 5,277 ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରେକର୍ଡ କରାଯାଇଛି । 2016 ମସିହାରେ 4,431 ଆକ୍ରାନ୍ତ, 2017ରେ 4,726 ,2018 ମସିହାରେ 2,798, 2019 ରେ 2,036 ଏବଂ 2020 ରେ 1,072 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ ସୂଚନା ରହିଥିବା ବେଳେ ଚଳିତବର୍ଷର ସଂକ୍ରମଣ ୫ ହଜାର ପାର କରିଛି । 2015 ରେ ଦିଲ୍ଲୀ ଗଭୀର ଭାବେ ଡେଙ୍ଗୁରେ ସଂକ୍ରମିତ ହୋଇଥିଲା । ସେତେବେଳେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 10,600 ଅତିକ୍ରମ କରିଥିଲା ।

@PTI

ABOUT THE AUTHOR

...view details