ଓଡିଶା

odisha

ETV Bharat / bharat

ସ୍ବାଧୀନତା ଦିବସ ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି

ରାତି ପାହିଲେ ସ୍ବାଧୀନତା ଦିବସ । ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ । ପତାକା ଉତ୍ତୋଳନ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ନିମନ୍ତ୍ରିତ ହୋଇଛନ୍ତି 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ । ସୁରକ୍ଷା ଦାୟିତ୍ବରେ 10 ହଜାର ସୁରକ୍ଷାକର୍ମୀ । ଲାଗିଛି କ୍ୟାମେରା ଓ ଅନ୍ୟ ଅତ୍ୟାଧୁନିକ ସୁରକ୍ଷା ସରଞ୍ଜାମ । । ଅଧିକ ପଢନ୍ତୁ

ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି
ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି

By

Published : Aug 14, 2022, 8:48 PM IST

ନୂଆଦିଲ୍ଲୀ:ରାତି ପାହିଲେ ଦେଶ ପାଳିବାକୁ ଯାଉଛି 76ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ଲାଲକିଲ୍ଲାରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି କାର୍ଯ୍ୟକ୍ରମ ପାଇଁ 10 ହଜାରରୁ ଅଧିକ ପୋଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ହେବେ ।

ଲାଲକିଲ୍ଲାରେ ଲାଗିଛି ଅତ୍ୟାଧୁନିକ ମେସିନ

ସୁରକ୍ଷା ବ୍ୟବସ୍ଥାରେ ଥିବା ଦିଲ୍ଲୀ ପୋଲିସର ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ପ୍ରାୟ 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦାନ କରିବେ । ତେଣୁ ଲାଲକିଲ୍ଲାର 5 କିଲୋମିଟର ଅଞ୍ଚଳକୁ ନୋ-କିଟ୍ ଫ୍ଲାଇଙ୍ଗ୍ ଜୋନ୍ ଭାବରେ ଚିହ୍ନିତ କରାଯାଇଛି । ସେହିପରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ତଥା ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଦ୍ବାରା ଆଣ୍ଟି ଡ୍ରୋନ୍ ସିଷ୍ଟମ ମଧ୍ୟ ବ୍ୟବସ୍ଥିତ କରାଯାଇଛି ।

ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, କଡା ସୁରକ୍ଷା ବଳୟ
ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି

ଲାଲକିଲ୍ଲା ଏବଂ ଏହାର ଆଖପାଖ ସମ୍ବେଦନଶୀଳ ଅଞ୍ଚଳରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ଲଗାଯାଇଛି । ଏହାର ଫୁଟେଜ୍ ଉପରେ ନଜର ରଖିବା ପାଇଁ ଏକାଧିକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି । ଏଥର ସମାରୋହକୁ ନିମନ୍ତ୍ରିତ ଅତିଥୀ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା 7 ହଜାରକୁ ବୃଦ୍ଧି ପାଇଥିବାରୁ ସେ ଅନୁସାରେ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସମାରୋହର ପ୍ରବେଶ ପଏଣ୍ଟରେ FRS କ୍ୟାମେରା ମଧ୍ୟ ଲଗା ଯାଇଛି । ସେହିପରି ସୁରକ୍ଷା ନିଶ୍ଚିତ କରିବା ପାଇଁ ଲାଲକିଲ୍ଲା ପରିସରରେ ମଧ୍ୟାହ୍ନ ଭୋଜନ ବାକ୍ସ, ପାଣି ବୋତଲ, ସିଗାରେଟ୍ ଲାଇଟର୍, ବ୍ରିଫକେସ୍, ହ୍ୟାଣ୍ଡବ୍ୟାଗ୍, କ୍ୟାମେରା, ବାଇନାକୁଲାର, ଛତା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି ।

ଲାଲକିଲ୍ଲାରେ ମୁତୟନ ରହିବେ 10 ହଜାର ସୁରକ୍ଷାକର୍ମୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details