ଓଡିଶା

odisha

ETV Bharat / bharat

ସଂସଦର ମୌସୁମୀ ଅଧିବେଶନ, ଆଜି କୃଷକ ପ୍ରତିନିଧିଙ୍କୁ ଭେଟିବ ଦିଲ୍ଲୀ ପୋଲିସ - farmer delegation

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ବିରୋଧ ପ୍ରଦର୍ଶନ କରିବା ପୂର୍ବରୁ ଆଜି କୃଷକଙ୍କ ଏକ ପ୍ରତିନିଧି ଦଳକୁ ଭେଟିବ ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସଂସଦର ମୌସୁମୀ ଅଧିବେଶନ, ବିରୋଧ ପ୍ରଦର୍ଶନ ପୂର୍ବରୁ ଆଜି କୃଷକ ପ୍ରତିନିଧିଙ୍କୁ ଭେଟିବ ଦିଲ୍ଲୀ ପୋଲିସ
ସଂସଦର ମୌସୁମୀ ଅଧିବେଶନ, ବିରୋଧ ପ୍ରଦର୍ଶନ ପୂର୍ବରୁ ଆଜି କୃଷକ ପ୍ରତିନିଧିଙ୍କୁ ଭେଟିବ ଦିଲ୍ଲୀ ପୋଲିସ

By

Published : Jul 18, 2021, 7:50 AM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ସମୟରେ ସଂସଦ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । ଏନେଇ ଆଜି ଦିଲ୍ଲୀ ପୋଲିସର ଅଧିକାରୀ ମାନେ କୃଷକଙ୍କ ଏକ ପ୍ରତିନିଧି ଦଳକୁ ଭେଟିବେ ।

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ୩ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ନେତା । କୃଷକ ମୋର୍ଚ୍ଚାର 40 ଅଧିକ କୃଷକ ସଂଗଠନ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ସଂସଦ ସମ୍ମୁଖରେ ପ୍ରଦର୍ଶନ କରିବେ । କୃଷକମାନଙ୍କ ସହ ଆଲୋଚନା ସମୟରେ ଦିଲ୍ଲୀ ପୋଲିସର ଅଧିକାରୀମାନେ ଜାତୀୟ ରାଜଧାନୀରେ ବିରୋଧ ପ୍ରଦର୍ଶନ କରିବାକୁ କୃଷକଙ୍କୁ ବିକଳ୍ପ ସ୍ଥାନ ପାଇଁ ପରାମର୍ଶ ଦେଇପାରନ୍ତି ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି ।

ବିକେୟୁ ନେତା ରାକେଶ ଟିକାୟତ ପୂର୍ବରୁ କହିଥିଲେ ଯେ ଦାବି ପୂରଣ ପାଇଁ ଆସନ୍ତା 19ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦ ବାହାରେ ଚାଷୀ ସଂଗଠନ ଶାନ୍ତି ଆନ୍ଦୋଳନ କରିବେ । ପ୍ରତିଦିନ ଆନ୍ଦୋଳନରେ 200 ଚାଷୀ କେବଳ ସାମିଲ ହେବେ । ଏହା ବାଦ ଜୁଲାଇ 22ରେ ସଂସଦ ବାହାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ସୂଚନା ଅନୁଯାଇ ଗତ ନଭେମ୍ବର ମାସରୁ ନୂତକ କୃଷି ଆଇନକୁ ବିରୋଧ କରି ସିଙ୍ଘୁ ବର୍ଡର ସମେତ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ବିଭିନ୍ନ କୃଷକ ସଂଗଠନ ସାମିଲ ହୋଇଛନ୍ତି ।

@ANI

ABOUT THE AUTHOR

...view details