ନୂଆଦିଲ୍ଲୀ: କଂଗ୍ରେସ ଟୁଲକିଟ ମାମଲାରେ ଦେଶର ରାଜଧାନୀ ଲାଡୋସରାୟ ସ୍ଥିତ ଟ୍ବିଟର ଇଣ୍ଡିଆର କାର୍ଯ୍ୟାଳୟ ଛାନଭିନ କରୁଛି ଦିଲ୍ଲୀ ପୋଲିସ । ଏହାପୂର୍ବରୁ ଦିଲ୍ଲୀ ପୋଲିସ ଟୁଲକିଟ ମାମଲାରେ ଟ୍ବିଟରକୁ ନୋଟିସ ପଠାଇଥିଲା । ତେବେ ଏକ ଅଭିଯୋଗ ନେଇ ଯାଞ୍ଚ କରୁଥିବା କହିଛି ଦିଲ୍ଲୀ ପୋଲିସ ।
ଟୁଲକିଟ ମାମଲା: ଟ୍ବିଟର କାର୍ଯ୍ୟାଳୟ ଛାନଭିନ କଲା ଦିଲ୍ଲୀ ପୋଲିସ - delhi police
ରାଜଧାନୀ ଲାଡୋସରାୟ ସ୍ଥିତ ଟ୍ବିଟର ଇଣ୍ଡିଆର କାର୍ଯ୍ୟାଳୟ ଛାନଭିନ କରୁଛି ଦିଲ୍ଲୀ ପୋଲିସ । ଏହାପୂର୍ବରୁ ଦିଲ୍ଲୀ ପୋଲିସ ଟୁଲକିଟ ମାମଲାରେ ଟ୍ବିଟରକୁ ନୋଟିସ ପଠାଇଥିଲା । ଅଧିକ ପଢନ୍ତୁ...
ନିକଟରେ ଟ୍ବିଟର କଥିତ ଟୁଲକିଟକୁ ବିଜେପି ନେତାଙ୍କ ପକ୍ଷରୁ ଟ୍ବିଟ କରାଯିବାକୁ ନେଇ ଏହାକୁ ମ୍ୟାନୁପୁଲେଟ ମିଡିଆ ଶ୍ରେଣୀରେ ରଖିଥିଲା । ଏହା ପରେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଟ୍ବିଟରର ବୈଶ୍ବୟିକ ଟିମକୁ ଚିଠି ଲେଖି କିଛି ରାଜନେତାଙ୍କ ଟ୍ବିଟ ସହିତ ମ୍ୟାନୁପୁଲେଟ ଟ୍ୟାଗ ଉପରେ ଆପତ୍ତି ଉଠାଇଛି। ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଥିବାବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ କୌଣସି ନିର୍ଣ୍ଣୟ କରିପାରିବ ନାହିଁ।
ମେ 18ରେ ଏଟ ଟ୍ବିଟ କରି ସମ୍ବିତ ଦାବି କରିଥିଲେ ଯେ କଂଗ୍ରେସ ଟୁଲକିଟ ମୋଦି ଶାସନକୁ ବଦନାମ କରିବାକୁ ପ୍ରୟାସ କରୁଛି । ରାହୁଲ ଗାନ୍ଧୀ ଯେଉଁ ଟ୍ବିଟ କରୁଛନ୍ତି ତାହା ମଧ୍ୟ ଏହି ଟୁଲକିଟର ଏକ ଅଂଶ ବୋଲି ଦାବି କରିଥିଲେ ସମ୍ବିତ ।