ଓଡିଶା

odisha

By

Published : Feb 4, 2021, 4:44 PM IST

Updated : Feb 4, 2021, 5:05 PM IST

ETV Bharat / bharat

ପୋଲିସର ଏତଲା ପରେ ଜବାବ ରଖିଲେ ଗ୍ରେଟା, କହିଲେ ମୁଁ କୃଷକଙ୍କ ସହ ଛିଡା ହୋଇଛି

ଚାଷୀ ଆନ୍ଦୋଳନ ସମର୍ଥରେ ଟ୍ବିଟ କରିବା ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମହଙ୍ଗା ପଡିଛି । ଗ୍ରେଟାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ବିରୋଧରେ ଏତଲା ଦାଏର କରିଛି ଦିଲ୍ଲୀ ପୋଲିସ । ସେପଟେ ପୋଲିସର ଏତଲା ପରେ ଟ୍ବିଟ କରି ଏହାର ଜବାବ ଦେଇଛନ୍ତି ଗ୍ରେଟା ।

ଭାରତ ମାମଲାରେ ମୁଣ୍ଡ ପୁରାଇବା ପଡିଲା ଭାରି, ଗ୍ରେଟାଙ୍କ ବିରୋଧରେ ଦିଲ୍ଲୀ ପୋଲିସର FIR
ଭାରତ ମାମଲାରେ ମୁଣ୍ଡ ପୁରାଇବା ପଡିଲା ଭାରି, ଗ୍ରେଟାଙ୍କ ବିରୋଧରେ ଦିଲ୍ଲୀ ପୋଲିସର FIR

ନୂଆଦିଲ୍ଲୀ: ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇ ଫସିଛନ୍ତି ବିଦେଶୀ ଆକ୍ଟିଭିଷ୍ଟ । ଭାରତରେ ଜାରି ଚାଷୀ ଆନ୍ଦୋଳନ ସମର୍ଥରେ ଟ୍ବିଟ କରିବା ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମହଙ୍ଗା ପଡିଛି । ଗ୍ରେଟାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ବିରୋଧରେ ଏତଲା ଦାଏର କରିଛି ଦିଲ୍ଲୀ ପୋଲିସ ।

ଅନ୍ତରାଷ୍ଟ୍ରୀୟ ପପ ଗାୟିକା ରିହାନାଙ୍କ ପରେ ପର୍ଯ୍ୟାବରଣ କର୍ମକର୍ତ୍ତା ଗ୍ରେଟା ଥନବର୍ଗଙ୍କ ସମେତ ଅନେକ ବିଦେଶୀ ସେଲିବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ଟ୍ବିଟ କରିଥିଲେ । ଏହା ଉପରେ ଭାରତ କଡା ପ୍ରତିକ୍ରିୟା ଦେଇଥିଲା ଯେ ପ୍ରଥମେ ତଥ୍ୟକୁ ଯାଞ୍ଚ କରିବା ଦରକାର ।

ସ୍ବିଡେନର ପର୍ଯ୍ୟାବରଣ କର୍ମକର୍ତ୍ତା ଗ୍ରେଟା ଥନବର୍ଗ ଗୋଟିଏ ଖବରର ଲିଙ୍କ୍‌ ସେୟାର କରି ଲେଖିଥିଲେ, ଆମେ ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛୁ । ଯେଉଁମାନେ ସାହାଯ୍ୟ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏକ ସଫ୍ଟୱେର ସେୟାର କରିଥିଲେ ।

ଏହି ସଫ୍ଟୱେର ପ୍ରଦର୍ଶନକୁ ସମର୍ଥନ କରିବାର ପଦ୍ଧତିଗୁଡ଼ିକ ବିଷୟରେ ବିସ୍ତୃତ ସୂଚନାକୁ ଉପଭୋକ୍ତାଙ୍କୁ ପ୍ରଦାନ କରିଥାଏ । ଏହାପୂର୍ବରୁ ରିହାନା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ବିଟ କରିଥିଲେ ।

ଦିଲ୍ଲୀ ପୋଲିସ ପକ୍ଷରୁ ଏତଲା ଦାଏର ହେବା ପରେ ଗ୍ରେଟା ଥନବର୍ଗ କହିଛନ୍ତି ଯେ ମୁଁ ଏବେ ବି ଚାଷୀଙ୍କ ସହ ଅଛି। ସ୍ୱିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ କହିଛନ୍ତି, ମୁଁ କୃଷକଙ୍କ ସହ ଛିଡା ହୋଇଛି ଏବଂ ସେମାନଙ୍କର ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରୁଛି। ମାନବିକ ଅଧିକାରକୁ ଘୃଣା କରିବା, ଧମକ ଦେବା କିମ୍ବା ଉଲ୍ଲଂଘନ କରିବାର କୌଣସି ପ୍ରୟାସ ମୋ ସମର୍ଥନକୁ ପରିବର୍ତ୍ତନ କରିବ ନାହିଁ ।

Last Updated : Feb 4, 2021, 5:05 PM IST

ABOUT THE AUTHOR

...view details