ନୂଆଦିଲ୍ଲୀ: କୃଷକ ନେତା ତଥା ଭାରତୀୟ କିଷାନ ୟୁନିୟନ(BKU) ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ(farmer leader rakesh tikait)ଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ । ଆସନ୍ତାକାଲି ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁର ବର୍ଡରରେ ସମର୍ଥକଙ୍କ ସହ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପହଞ୍ଚିଥିବା ଟିକାୟତ ଓ ତାଙ୍କର କିଛି ସମର୍ଥକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି ।
ଟିକାୟତ ଓ ତାଙ୍କ ସମର୍ଥକ ଗାଜିପୁର ପୋଷ୍ଟରେ ପହଞ୍ଚିବା ପରେ ପୋଲିସ (Delhi police)ତାଙ୍କୁ ବାରଣ କରିଥିଲା । ପରେ ସେ ସେଠାରୁ ଜନ୍ତରମନ୍ତର ଅଭିମୁଖେ ଯାତ୍ରା କରିବାରୁ ତାଙ୍କ ସହ ପ୍ରାୟ 50ଜଣ ସମର୍ଥକଙ୍କୁ ଅଟକ ରଖି ମଧୁ ବିହାର ଥାନାକୁ ନେଇଛି ପୋଲିସ । ସେଠାରେ ସେ ପୋଲିସ ବିରୋଧରେ ବର୍ଷିଛନ୍ତି । ସେମାନେ ଦେଶରେ ଦେଖାଯାଇଥିବା ବେରୋଜଗାରୀ ଓ ଲଖିମପୁର ଖେରୀ କାଣ୍ଡରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ ଆନ୍ଦୋଳନ କରିବାକୁ ଚାହୁଁଥିଲେ । ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ତଥାପି ପୋଲିସ ତାଙ୍କୁ କାହିଁକି ବାଧା ଦେବା ସହ ଅଟକ ରଖିଲା ଟିକାୟତ ପ୍ରଶ୍ନ କରିଛନ୍ତି ।