ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ପରେ ଦିଲ୍ଲୀରେ ହୋଇଥାନ୍ତା ଶୋ, ବିବାଦୀୟ କମେଡିଆନ ମୁନାୱାରଙ୍କୁ ଅନୁମତି ଦେଲାନି ପୋଲିସ

କମେଡିଆନ ମୁନାୱାର ଫାରୁକିଙ୍କ ଶୋକୁ ଦିଲ୍ଲୀରେ ମିଳିଲାନି ଅନୁମତି । ତାଙ୍କର ଶୋ' ଅଞ୍ଚଳରେ ସାମ୍ପ୍ରଦାୟିକ ସଦଭାବନାକୁ ପ୍ରଭାବିତ କରିବ । ତେଣୁ ଏଥିପାଇଁ ଅନୁମତି ଦିଆଯାଇ ନଥିବା ପୋଲିସ କହିଛି । ଅଧିକ ପଢନ୍ତୁ

ମୁନାୱାର ଫାରୁକିଙ୍କ ଶୋକୁ ଦିଲ୍ଲୀରେ ମିଳିଲାନି ଅନୁମତି
ମୁନାୱାର ଫାରୁକିଙ୍କ ଶୋକୁ ଦିଲ୍ଲୀରେ ମିଳିଲାନି ଅନୁମତି

By

Published : Aug 27, 2022, 2:57 PM IST

Updated : Aug 27, 2022, 3:37 PM IST

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ ମୁନାୱାର ଫାରୁକି (Munawar Faruqui )ଙ୍କ ଶୋ'କୁ ଦିଲ୍ଲୀରେ ମିଳିଲାନି ଅନୁମତି । ଅଗଷ୍ଟ ୨୮ ତାରିଖରେ ଜାତୀୟ ରାଜଧାନୀରେ କମେଡିଆନଙ୍କ ଶୋ' ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବାବେଳେ ଦିଲ୍ଲୀ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି । ତାଙ୍କର ଶୋ' ଅଞ୍ଚଳରେ ସାମ୍ପ୍ରଦାୟିକ ସଦଭାବନାକୁ ପ୍ରଭାବିତ କରିବ । ତେଣୁ ଏଥିପାଇଁ ଅନୁମତି ଦିଆଯାଇ ନଥିବା ପୋଲିସ କହିଛି ।

ଆସନ୍ତାକାଲି(ରବିବାର) ଅପରାହ୍ନରେ ଦିଲ୍ଲୀର କେଦାରନାଥ ସାହିନ ଅଡିଟୋରିୟମରେ ମୁନାୱାର ଫାରୁକିଙ୍କ ଶୋ' ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହି ଶୋ' ପାଇଁ ଅନୁମତି ନ ଦେବାକୁ ଅଗଷ୍ଟ ୨୫ ତାରିଖରେ ବିଶ୍ବ ହିନ୍ଦୁ ପରିଷଦ (Vishwa Hindu Parishad) ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କୁ(Sanjay Arora) ଚିଠି ଲେଖି ଦାବି କରିଥିଲା । ଏପରିକି ଯଦି ଏହି ଶୋ' ବନ୍ଦ ନ କରାଯାଏ ତେବେ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିକ୍ଷୋଭ କରିବ ବୋଲି ଚେତାବନୀ ମଧ୍ୟ ଚେତାବନୀ ଦେଇଥିଲା । ଏଥିପାଇଁ ଦିଲ୍ଲୀ ପୋଲିସ ଶୋ'କୁ ଅନୁମତି ଦେଇନଥିବା ଜଣାପଡିଛି । ପୂର୍ବରୁ ମଧ୍ୟ କିଛି ସମୟରେ ତାଙ୍କ ଶୋ'କୁ ଅନୁମତି ଦିଆଯାଇନଥିଲା ।

ଏହାପୂର୍ବରୁ ହାଇଦ୍ରାବାଦ ସହରରେ ମୁନାୱାର ଫାରୁକି(Munawar Faruqui ) 'ଡୋଙ୍ଗ୍ରି' ନାମକ ଶୋ'କୁ ନେଇ ବିବାଦ ଦେଖାଯାଇଥିଲା । ବିଜେପି ନେତାମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଯଦି ତେଲେଙ୍ଗାନା ସରକାର ହାଇଦ୍ରାବାଦରେ ମୁନାୱାର ଫାରୁକିଙ୍କ ଶୋ'କୁ ଅନୁମତି ଦିଅନ୍ତି ତେବେ ସେ ତାଙ୍କ ଉପରେ ଆକ୍ରମଣ କରିବେ ଏବଂ ଏହି ଶୋ' ସ୍ଥଳକୁ ନିଆଁ ଲଗାଇଦେବେ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଥିଲେ । ଏହି ଘଟଣାକୁ ନେଇ ବିବାଦ ଏତେ ବଢିଯାଇଥିଲେ ଯେ ବିଜେପି ନେତା ଟି ରାଜା ସିଂହଙ୍କ ଗିରଫଦାରୀ ଯାଏଁ କଥା ପହଞ୍ଚିଥିଲା । କିନ୍ତୁ ଶେଷରେ ଗତ ଶନିବାର ଦିନ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦ୍ରାବାଦରେ ଫାରୁକିଙ୍କ ଶୋ' ଅନୁଷ୍ଠିତ ହୋଇଥିଲା ।

ଷ୍ଟାଣ୍ଡ-ଅପ୍ କମେଡିଆନ ମୁନାୱାର ଫାରୁକି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ(Kangana Ranaut) ରିଆଲିଟି ଶୋ' Lock Upp ବିଜେତା ମଧ୍ୟ ରହିସାରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଅଶୋଭନୀୟ ଟିପ୍ପଣୀ ଦେବା ଅଭିଯୋଗରେ ତାଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ ।

Last Updated : Aug 27, 2022, 3:37 PM IST

ABOUT THE AUTHOR

...view details