ଓଡିଶା

odisha

ETV Bharat / bharat

Jahangirpuri violence: ଏଯାବତ୍ ୨ ନାବାଳକ ସମେତ ୨୩ ଗିରଫ, ଆଜି ପୁଣି ତଦନ୍ତକାରୀ ଟିମକୁ ପଥରମାଡ - ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସାକାଣ୍ଡ

ଦିଲ୍ଲୀ ଜାହାଙ୍ଗୀରପୁରୀ ଘଟଣାରେ ପ୍ରେସମିଟ କଲେ ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି 23 ଅଭିଯୁକ୍ତ । ଅଭିଯୁକ୍ତଙ୍କ ମଧ୍ୟରେ 2 ନାବାଳକ । ଜାରି ରହିଛି ତଦନ୍ତ ଓ ଗିରଫଦାରୀ । ଆଜି ଘଟଣାସ୍ଥଳକୁ ଯିବାବେଳେ ତଦନ୍ତକାରୀ ଟିମକୁ ପୁଣି ପଥରମାଡ । ଅଧିକ ପଢନ୍ତୁ

Jahangirpuri violence: ଏବେ ଯାଏ ଗିରଫ ହେଲେଣି 23
Jahangirpuri violence: ଏବେ ଯାଏ ଗିରଫ ହେଲେଣି 23

By

Published : Apr 18, 2022, 4:32 PM IST

ନୂଆଦିଲ୍ଲୀ:ଦିଲ୍ଲୀର ଜାହାଙ୍ଗୀରପୁରୀରେ ଧାର୍ମିକ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି 2 ନାବାଳକଙ୍କ ସମେତ ମୋଟ 23 ଅଭିଯୁକ୍ତ । ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗିରଫ ସଂଖ୍ୟା ଆହୁରି ମଧ୍ୟ ବଢିପାରେ ବୋଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀଙ୍କ ସମତେ ମୋଟ 9ଜଣ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ହିଂସାରେ ଆହତ ହୋଇଥିଲେ ।

ତେବେ ଆଜି ପ୍ରେସମିଟରେ ଅନ୍ୟ ଏକ ଗୁୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି କମିଶନର ଅସ୍ଥାନା । ଘଟଣା ପରେ ସାମାଜିକ ଗଣମାଧ୍ୟମରେ କିଛି ଅସାମାଜିକ ବ୍ୟକ୍ତି ହିଂସା ସମ୍ପର୍କିତ ଅନେକ ବିଭ୍ରାନ୍ତିକର ସୂଚନା ପୋଷ୍ଟ କରିବା ସହ ଅସ୍ଥିରତା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ପୋଲିସର ଏକ ଟିମ ମଧ୍ୟ ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି । ଘଟଣା ନେଇ ଭିନ୍ନଭିନ୍ନ ସୂଚନା ପ୍ରସାରିତ କରାଯାଉଥିଲେ ସୁଦ୍ଧା ସାଧାରଣ ଜନତା ଏହାକୁ ବିଶ୍ବାସକୁ ନନେବା ପାଇଁ ମଧ୍ୟ ଅସ୍ଥାନା ନିବେଦନ କରିଛନ୍ତି ।

ଘଟଣା ପରେ ଦିଲ୍ଲୀ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ସ୍ବତନ୍ତ୍ର କମିଶନର ଦେବେନ୍ଦ୍ର ପାଠକ ସୂଚନା ଦେଇ କହିଛନ୍ତି, ଉତ୍ତର ପଶ୍ଚିମ ଜିଲ୍ଲା ପୋଲିସ ପ୍ରଶାସନ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ଏହାର ତଦନ୍ତ ଜାରି ରଖିଛି । ଅନ୍ୟ ଏକ ଘଟଣା କ୍ରମରେ ଆଜି ତଦନ୍ତକାରୀ ଟିମ ଘଟଣାସ୍ଥଳ ଗସ୍ତ କରିବା ବେଳେ ମଧ୍ୟ ପଥରମାଡ ହୋଇଥିବା ସୂଚନା ମିଳିଛି ।

ପୋଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ 2 ନାବାଳକ ମଧ୍ୟ ରହିଛି । ସମସ୍ତେ ଜାହାଙ୍ଗୀରପୁରୀର ସ୍ଥାନୀୟ ବାସିନ୍ଦା ବୋଲି ପ୍ରାଥମିକ ଭାବେ ପୋଲିସ କହିଛି । ସେମାନଙ୍କୁ ପର୍ଯ୍ୟାୟ କ୍ରମେ କୋର୍ଟରେ ହାଜର କରାଯାଉଛି । ସେମାନଙ୍କ ବେଲ ଖାରଜ ହେବା ସହ ଜେଲକୁ ପଠାଇ ଦିଆଯାଇଛି । ଘଟଣାରେ ତଦନ୍ତକୁ ତ୍ବରାନ୍ବିତ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ମଧ୍ୟ ପୋଲିସ କହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details