ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ଅପେକ୍ଷା ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ଲାଗି ରହିଛି । କୋରୋନାକୁ ମିଳିମିଶି ମୁକାବିଲା କରାଯାଉଛି । ଦିଲ୍ଲୀର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ଚିକିତ୍ସାରୁ ବଞ୍ଚିତ ରହିଥିଲେ । ଏହି ଖବର ଜାଣିବା ପରେ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଛି ଦିଲ୍ଲୀ ପୋଲିସ ।
ନିହାଲ ବିହାର ପୋଲିସ ଷ୍ଟେସନର କର୍ମଚାରୀମାନେ ନାଙ୍ଗଲୋଇ ନାଜାଫଗଡ ରାସ୍ତାରେ ଥିବା ମାନସା ରାମ ହସ୍ପିଟାଲର ନିର୍ଦ୍ଦେଶକଙ୍କ ଠାରୁ ରାତି ପ୍ରାୟ 1 ଟା 30 ସମୟରେ ଏକ ଫୋନ କଲ କରିଥିଲେ । 35 ଜଣ କୋରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ସହାୟତରେ ରଖାଯାଇଛି । ତେବେ ଏହି ଅକ୍ସିଜେନ ଘଣ୍ଟାଏ ଅଧିକ ସମୟ ରହିବ ନାହିଁ ।
ହସ୍ପିଟାଲ ପକ୍ଷରୁ ସମସ୍ତଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ଅକ୍ସିଜେନ ଅଭାବ ଦୂର ହୋଇପାରିଲା ନାହିଁ । ଏହା ପରେ ପୋଲିସ ଷ୍ଟେସନ ସହ ଯୋଗଯୋଗ କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଯାହାର ତୁରନ୍ତ ଖବର ପାଇବା ପରେ ପୋଲିସ କର୍ମଚାରୀ ପହଞ୍ଚି ଅକ୍ସିଜେନ ଅଭାବ ସମସ୍ୟାକୁ ଦୂର କରିଥିଲେ ।
ଅତିରିକ୍ତ ଡେପୁଟି କମିଶନର ଅଫ ପୋଲିସ ସୁଦର୍ଶନ ଧାମା ଅନେକ ଅଧିକାରୀଙ୍କ ସହ ମିଳିତ ଉଦ୍ୟମରେ ନିହାଲ ବିହାର ପୋଲିସ ଷ୍ଟେସନର ଦୁଇଟି ଟିମ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରିବାକୁ ମୁଣ୍ଡକା ଏବଂ ବାୱାନାକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବାୱାନା ଅଞ୍ଚଳରେ ଅକ୍ସିଜେନ ଅଭାବ ସତ୍ତ୍ବେ 10 ଟି ସିଲିଣ୍ଡର ଦେବାକୁ ବାଧ୍ୟ ହୋଇଥିଲେ । ଏହାର ଦେଢ ଘଣ୍ଟା ପରେ ପୁଣି 10 ସିଲିଣ୍ଡର ଯୋଗାଇ ଦେଇଥିଲେ । ଏହା ପରେ ସମସ୍ତ ସିଲିଣ୍ଡର ମାନସା ରାମ ହସ୍ପିଟାଲକୁ ପଠାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ