ନୂଆଦିଲ୍ଲୀ: ବଢୁଥିବା ତୈଳ ଦରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଉଛି । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ଅଷ୍ଟମ ଥର ପାଇଁ ତେଲ ଦର ବଢିଛି । ସକାଳୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ 26 ପଇସା ଓ ଡିଜେଲ ଦର 29 ପଇସା ବଢିଛି । ଫଳରେ ପେଟ୍ରୋଲ ଲିଟର ପିଛା 88 ଟଙ୍କା 99 ପଇସା ଓ ଡିଜେଲ 79 ଟଙ୍କା 35 ଟଙ୍କାରେ ବିକ୍ରି ହେଉଛି ।
ଅଷ୍ଟମ ଥର ପାଇଁ ପୁଣି ବଢିଲା ତୈଳ ଦର - ରାଜଧାନୀରେ ବଢିଲା ପେଟ୍ରୋଲ ଦର
ବଢୁଥିବା ତୈଳ ଦରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...
ଅଷ୍ଟମ ଥର ଲାଗି ପୁଣି ବଢିଲା ତୈଳ ଦର
ସେହିପରି ମୁମ୍ବାଇରେ ପେଟ୍ରୋଲ 95.46 ଏବଂ ଡିଜେଲ 86.34 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ 90.25 ଓ ଡିଜେଲ 82.94 ଟଙ୍କା ବିକ୍ରି କରାଯାଉଛି । ଚେନ୍ନାଇରେ ପେଟ୍ରୋଲ 91.19 ଓ ଡିଜେଲ 84.44 ଟଙ୍କା ।