ଓଡିଶା

odisha

ଚେତାଇଲେ କେଜ୍ରିଓ୍ବାଲ, ଦିଲ୍ଲୀ ପରେ ଅନ୍ୟ ରାଜ୍ୟ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର କରୁଛି ଯୋଜନା !

By

Published : Jun 11, 2023, 5:16 PM IST

ଦିଲ୍ଲୀ ଆରମ୍ଭ ମାତ୍ର । ଅନ୍ୟ କିଛି ରାଜ୍ୟ ପାଇଁ ମଧ୍ୟ ଅଧ୍ୟାଦେଶ ଆଣି କ୍ଷମତା ହ୍ରାସ କରିବାକୁ କେନ୍ଦ୍ର କରୁଛି ଯୋଜନା । ଏହା କେନ୍ଦ୍ରର ‘ଅର୍ଡିନାନ୍ସ ଆଟାକ’ କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ଚେତାଇଲେ କେଜ୍ରିଓ୍ବାଲ, ଦିଲ୍ଲୀ ପରି ଅନ୍ୟ କିଛି ରାଜ୍ୟ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର କରୁଛି ଯୋଜନା !
ଚେତାଇଲେ କେଜ୍ରିଓ୍ବାଲ, ଦିଲ୍ଲୀ ପରି ଅନ୍ୟ କିଛି ରାଜ୍ୟ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର କରୁଛି ଯୋଜନା !

ନୂଆଦିଲ୍ଲୀ:ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ କ୍ଷମତା ହାତେଇବା ପାଇଁ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ତାହା ଅନ୍ୟ କିଛି ରାଜ୍ୟରେ ମଧ୍ୟ ପୁନରାବୃତ୍ତି ଘଟିପାରେ । ଅନ୍ୟ କିଛି ରାଜ୍ୟ ପାଇଁ ମଧ୍ୟ କେନ୍ଦ୍ର ସରକାର ଏପରି ଅଧ୍ୟାଦେଶ ଆଣିବା ପାଇଁ ଯୋଜନା ରଖିଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ । ଏହାକୁ କେନ୍ଦ୍ରରେ ଅଧ୍ୟାଦେଶ ଆକ୍ରମଣ (ଅର୍ଡିନାନ୍ସ ଆଟାକ) ବୋଲି କହି କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ।

ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ମହାରାଲିରେ କେଜ୍ରିଓ୍ବାଲ କେନ୍ଦ୍ର ସରକାରକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । କହିଛନ୍ତି, "ମୋତେ ବିଶେଷ ସୂତ୍ରରୁ ସୂଚନା ମିଳିଛି, ଦିଲ୍ଲୀ ପରେ କେନ୍ଦ୍ର ସରକାର ଏପରି ଅଧ୍ୟାଦେଶ ଅନ୍ୟ ରାଜ୍ୟ ପ୍ରତି ମଧ୍ୟ ଆଣିବାକୁ ଯାଉଛି । ଏହା ଦିଲ୍ଲୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ‘ଅର୍ଡିନାସ ଆଟାକ’ । ଏହା ଅନ୍ୟ ରାଜ୍ୟରେ ମଧ୍ୟ କରାଯିବାର ଯୋଜନା ରଖାଯାଇଛି ।"

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କେଜ୍ରିଓ୍ବାଲ କହିଛନ୍ତି, ସେ ଦେଶର ଯତ୍ନ ନେଇପାରିବେ ନାହିଁ । ସେ କେବଳ ଦିଲ୍ଲୀରେ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଚି କରିବା ପାଇଁ ଚାହାନ୍ତି । କେନ୍ଦ୍ର ଆଣିଥିବା ଏହି ଅଧ୍ୟାଦେଶ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ । ଏହି ସମାବେଶରେ ବରିଷ୍ଠ ରାଜନେତା ତଥା ସର୍ବୋଚ୍ଚ କୋର୍ଟର ଆଇନଜୀବୀ କପିଲ ସିବଲ ମଧ୍ୟ ଯୋଗଦେଇ କେନ୍ଦ୍ରର ଏହି ଅଧ୍ୟାଦେଶକୁ ସମାଲୋଚନା କରିଛନ୍ତି ।

ପ୍ରଶାସନିକ ନିୟନ୍ତ୍ରଣ ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାର ମେ’ 19 ତାରିଖରେ ଏହି ଅଧ୍ୟାଦେଶ ଆଣିଥିଲା । ଜାରି ଅଧ୍ୟାଦେଶ ଅନୁସାରେ, ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ୍‌ ଅଥରିଟି ନିକଟରେ ନ୍ୟସ୍ତ ହେବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ବହୁମତ ଆନୁପାତିକ ଭାବେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ । ଯାହାକୁ ଦିଲ୍ଲୀ ସରକାର ତୀବ୍ର ବିରୋଧ କରିବା ସହ ଏହା ଦିଲ୍ଲୀବାସୀଙ୍କ ଜନାଦେଶ ବିରୋଧୀ ବୋଲି କହିଥିଲା ।

ଏହା ସହ ଏହି ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟ ଖୋଲିବାକୁ ଦିଲ୍ଲୀ ସରକାର ଅପେକ୍ଷା କରିଛନ୍ତି । ଅନ୍ୟପଟେ ଏକାଧିକ ବିରୋଧୀ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details