ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏନେଇ ଆଜି ଦିନ 12ଟାରୁ 3ଟା ପର୍ଯ୍ୟନ୍ତ ଚକା ଜାମ୍ କରିବେ ଚାଷୀ । ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଛାଡି ବାକି ସମସ୍ତ ରାଜ୍ୟ ସୀମାରେ ହେବ ଚକା ଜାମ୍ । ଦିଲ୍ଲୀ-ଏନସିଆରରେ ମଧ୍ୟ ଚକା ଜାମ୍ କରାଯିବ । ଫଳରେ ସତର୍କ ରହିଛି ଦିଲ୍ଲୀ ପୋଲିସ । 26 ଜାନୁଆରୀ ଭଳି ପରିସ୍ଥିତି ନ ଉପୁଜିବା ପାଇଁ ଦିଲ୍ଲୀ ସୀମା ସହ ଯୋଡି ହେଉଥିବା ଅନ୍ୟ ରାଜ୍ୟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଜି 3 ଘଣ୍ଟା ଚକା ଜାମ୍ କରିବେ ଚାଷୀ, ସୀମାରେ ସୁରକ୍ଷା କଡାକଡି
କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏନେଇ ଆଜି ଦିନ 12ଟାରୁ 3ଟା ପର୍ଯ୍ୟନ୍ତ ଚକା ଜାମ କରିବେ ଚାଷୀ । ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଛାଡି ବାକି ସମସ୍ତ ରାଜ୍ୟ ସୀମାରେ ହେବ ଚକା ଜାମ୍ । ଅଧିକ ପଢନ୍ତୁ...
ତେବେ ଚକା ଜାମ୍ ପୂର୍ବରୁ 5 ଫେବୃଆରୀରେ ଦିଲ୍ଲୀ ପୋଲିସ କମିଶନର୍ ଏସଏନ୍ ଶ୍ରୀବାସ୍ତବ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ସମସ୍ତ ପରିସ୍ଥିତି ସହ ମୁକାବିଲା କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି । ଅନ୍ୟପକ୍ଷେ ଫରିଦାବାଦରେ ସୁରକ୍ଷା ପାଇଁ 3,500 ପୋଲିସ କର୍ମୀ ନିୟୋଜିତ ଅଛନ୍ତି । ବିକ୍ଷୋଭକାରୀଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଫରିଦାବାଦ ସମେତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ପୋଲିସ ମଧ୍ୟ ଆଲର୍ଟରେ ଅଛନ୍ତି ।
ଦିଲ୍ଲୀ ପୋଲିସ କ୍ରାଇମ୍ ଡିସିପିଙ୍କ କହିବାନୁସାରେ, ଟିକ୍ରୀ, ସିଂଘୁ, ଗାଜିପୁର ସୀମାରେ ସୁରକ୍ଷା ବଢାଯାଇଛି । ଦିଲ୍ଲୀ ଭିତରେ ମଧ୍ୟ ସୁରକ୍ଷାକୁ କଡାକଡି କରାଯାଇଛି । ଆବଶ୍ୟକ ପଡିଲେ ମେଟ୍ରୋକୁ ମଧ୍ୟ ବନ୍ଦ କରାଯିବ । ଏନେଇ ରାଜୀବଚୌକ୍, ସଚିବାଳୟ ସମେତ 12ଟି ମେଟ୍ରୋ ଷ୍ଟେସନକୁ ନୋଟିସ ଦିଆଯାଇଛି । ଦିଲ୍ଲୀରେ ଚକା ଜାମ୍ ନ ହେବା ନେଇ ଚାଷୀଙ୍କ ସହ କୌଣସି ଆଲୋଚନା ହୋଇନଥିବା ଦିଲ୍ଲୀ ପୋଲିସ କହିଛି । ଦିଲ୍ଲୀ ପୋଲିସ ସୀମାରେ ବ୍ୟରିକେଡକୁ ମଜବୁତ୍ କରିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ ସୀମାରେ କମ୍ ଚାଷୀ ଆନ୍ଦୋଳନ କରୁଛନ୍ତି । ଅଧିକାଂଶ ଚାଷୀ ଉତ୍ତରପ୍ରଦେଶ ଓ ହରିୟାଣା ସୀମାରେ ଧାରଣାରେ ବସିଛନ୍ତି ।