ଓଡିଶା

odisha

ETV Bharat / bharat

Delhi Cabinet: କେଜ୍ରିଓ୍ୱାଲ କ୍ୟାବିନେଟରୁ ଇସ୍ତଫା ଦେଲେ ସିସୋଦିଆ, ସତ୍ୟେନ୍ଦ୍ର - ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

କେଜ୍ରିଓ୍ବାଲ କ୍ୟାବିନେଟରୁ ଇସ୍ତାଫା ଦେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଉଭୟ ଭିନ୍ନ ଭିନ୍ନ ମାମଲାରେ ଏବେ ଜେଲରେ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ
ଇସ୍ତଫା ଦେଲେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

By

Published : Feb 28, 2023, 6:14 PM IST

Updated : Feb 28, 2023, 6:38 PM IST

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଉଭୟ ଆଜି (ମଙ୍ଗଳବାର) ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗ୍ରହଣ କରିଛନ୍ତି । ସିସୋଦିଆ ଏବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ୫ ଦିନିଆ ରିମାଣ୍ଡରେ ଅଛନ୍ତି । ସେହିପରି ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେବ ଜେଲରେ ରହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସତ୍ୟେନ୍ଦ୍ର ଜୈନ ।

ଆଜି ସିସୋଦିଆଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡିଥିଲା । ସର୍ବୋଚ୍ଚ କୋର୍ଟ ସିବିଆଇ ଦ୍ବାରା ତାଙ୍କ ଗିରଫଦାରୀ ମାମଲାର ଶୁଣାଣି କରିବା ପାଇଁ ମନା କରିବା ସହ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେବାକୁ କହିଥିଲେ । ଆପ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ନେଇ ସୂଚନା ଦେଇଛି । ସୁପ୍ରିମକୋର୍ଟରେ ଶୁଣାଣିର କିଛି ସମୟ ପରେ ଉଭୟ ସିସୋଦିଆ ଓ ଜୈନ କ୍ୟାବିନେଟରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ଗତକାଲି ୫ ଦିନିଆ ସିବିଆଇ ରିମାଣ୍ଡରେ ଯାଇଥିବା ସିସୋଦିଆ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ହେଲେ ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ମନା କରିବା ସହ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ପାଇଁ କହିଥିଲେ । ସିସୋଦିଆଙ୍କ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡିଓ୍ବାଇ ଡନ୍ଦ୍ରଚୂଡ ଓ ଜଷ୍ଟିସ ନରସିହ୍ମା କହିଥିଲେ, ଏହି ମାମଲାରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇପାରିବେ । ରାଜଧାନୀରେ ଘଟୁଥିବା କୌଣସି ଘଟଣାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ହେବା ଜରୁରୀ ନୁହେଁ ।

ରବିବାର ସିସୋଦିଆଙ୍କୁ ୮ ଘଣ୍ଚାର ଜେରା ପରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଗତାକାଲି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିବା ସହ ୫ ଦିନିଆ ରମାଣ୍ଡରେ ମଧ୍ୟ ନେଇଥିଲା ତଦନ୍ତକାରୀ ସଂସ୍ଥା । ଯାହାକୁ ନେଇ ସିସୋଦିଆ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଙ୍ଘଭି ସିସୋଦିଆଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି । ସର୍ବୋଚ୍ଚ କୋର୍ଟରୁ ବିଫଳ ହେବା ପରେ ଆମ ଆଦମୀ ପାର୍ଟି ଏବେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେବ ।

ଅନ୍ୟପଟେ କେଜ୍ରିଓ୍ବାଲ ସରକାରଙ୍କ ଅନ୍ୟତମ ଗିରଫ ମନ୍ତ୍ରୀ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଆର୍ଥିକ ଠକେଇ ମାମଲାରେ ଜୈନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଏବେ ତିହାଡ ଜେଲରେ ଅଛନ୍ତି । ବାରମ୍ବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲେ ସୁଦ୍ଧା ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ । ଜୈନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ତାଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦଳ ଆରମ୍ଭରୁ କହି ତାଙ୍କୁ ସମର୍ଥନ ଦେଇଆସିଛି । ହେଲେ ଆଜି ସିସୋଦିଆଙ୍କ ଇସ୍ତାଫା ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଉଭୟଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରିଛନ୍ତି । ଏବେ ଦିଲ୍ଲୀ ରାଜନୀତିର ପରବର୍ତ୍ତୀ ଘଟଣାକ୍ରମ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2023, 6:38 PM IST

ABOUT THE AUTHOR

...view details