ଓଡିଶା

odisha

ଉପ ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରି ଦେଲେ AAP ସାଂସଦ

By

Published : Sep 7, 2022, 10:18 PM IST

Updated : Sep 7, 2022, 10:24 PM IST

ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଦୁର୍ନୀତିଗ୍ରସ୍ତ କହିବା ମାମଲରେ(Allegations of corruption on delhi LG ) ମାନହାନୀ ନୋଟିସକୁ ପ୍ରେସ ମିଟରେ ଚିରି ଦେଲେ ଆପ ସାଂସଦ ସଞ୍ଜୟ ସିଂ । କହିଲେ ମୁଁ ସତ କହିବି, ଏ ନୋଟିସକୁ ଭୟ କରେ ନାହିଁ । ଅଧିକ ପଢନ୍ତୁ

ଉପ ରାଜ୍ୟପାଳଙ୍କ ନାମରେ ଦୁର୍ନୀତି ଆରୋପ ମାମଲା: ମାନହାନୀ ନୋଟିସକୁ ଚିରି ଦେଲେ ଆପ ସାଂସଦ ସଞ୍ଜୟ ସିଂ
ଉପ ରାଜ୍ୟପାଳଙ୍କ ନାମରେ ଦୁର୍ନୀତି ଆରୋପ ମାମଲା: ମାନହାନୀ ନୋଟିସକୁ ଚିରି ଦେଲେ ଆପ ସାଂସଦ ସଞ୍ଜୟ ସିଂ

ନୂଆଦିଲ୍ଲୀ:ଉପ ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରି ଦେଲେ AAP ସାଂସଦ । ଦିଲ୍ଲୀ AAP ସାଂସଦ ସଞ୍ଜୟ ସିଂ । ଉପ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ମାନହାନୀ ନୋଟିସକୁ (delhi lg sent notice to AAP leaders) ସାମ୍ବାଦିକ ସମ୍ମିଳନୀରେ ଚିରି ଦେଇଛନ୍ତି ଆମ୍ ଆଦମୀ ପାର୍ଟି (AAP) ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଏହା ସହ ସାଂସଦ ସିଂ ଉପ ରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି ପୂର୍ବ ପରି ଅଭିଯୋଗ କରିଛନ୍ତି । ସାଂସଦ ସିଂ କହିଛନ୍ତି ‘‘ଉପ ରାଜ୍ୟପାଳ ସକ୍ସେନା ଖଦିଗ୍ରାମ ଉଦ୍ୟୋଗର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଅଢେଇ ଲକ୍ଷ ଲୋକଙ୍କ ଟଙ୍କା ଆତ୍ମସାତ କରିଛନ୍ତି ।’’ ସେହିପରି ସେ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ତାଙ୍କ ପରି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ହଟାଇବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି ମଧ୍ୟ କରିଛନ୍ତି ।

ଉପ ରାଜ୍ୟପାଳଙ୍କ ନାମରେ ଦୁର୍ନୀତି ଆରୋପ ମାମଲା: ମାନହାନୀ ନୋଟିସକୁ ଚିରି ଦେଲେ ଆପ ସାଂସଦ ସଞ୍ଜୟ ସିଂ

ପୂର୍ବ ଘଟଣା ଅନୁସାରେ, ଦିଲ୍ଲୀ ବିଧାନସଭା ଅଧିବେଶନରେ ଆମ୍ ଆଦମୀ ପାର୍ଟିର ବିଧାୟକ ଦୁର୍ଗେଶ ପାଠକଙ୍କ ସମେତ ଅନ୍ୟ କିଛି ଦଳୀୟ ନେତା ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଥିଲେ (Allegations of corruption on delhi LG )। ବିମୁଦ୍ରୀକରଣ ବେଳେ ସକ୍ସେନା ଏହି ଦୁର୍ନୀତିରେ ସାମିଲ ଥିବା କହିଥିଲେ ଆପ ନେତା । ଜଣେ ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ହଟାଯାଉ ବୋଲି ସେମାନେ ଦାବି ମଧ୍ୟ କରିଥିଲେ । ଏପରି ଅଭିଯୋଗରେ ଉପ ରାଜ୍ୟପାଳ ସକ୍ସେନା ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଏପରି ମନ୍ତବ୍ୟ ଦେଇ ଆପ ନେତା ତାଙ୍କ ସମ୍ମାନହାନୀ କରିଛନ୍ତି ବୋଲି କହିଥିଲେ । ସେ ଏହି ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ କହିଥିଲେ ।

ତେବେ ଆଜି (ବୁଧବାର) ଏହି ପ୍ରସଙ୍ଗରେ ଉପ ରାଜ୍ୟପାଳଙ୍କ ନୋଟିସ ପାଇଥିବା ଦଳର ବରିଷ୍ଠ ନେତା ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୋଟିସ ଫାଡି ଦେବା ସହ ପୂର୍ବ ଅଭିଯୋଗ ବଜାୟ ରଖିଥିଲେ (Allegations of corruption on delhi LG )। ଉପ ରାଜ୍ୟପାଳ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ତେଣୁ ତାଙ୍କୁ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ପ୍ରଧାନମନ୍ତ୍ରୀ ଅପସାରଣ କରନ୍ତୁ ବୋଲି ସେ ଦାବି ମଧ୍ୟ କରିଥିଲେ । ସଞ୍ଜୟ କହିଛନ୍ତି, ସେ ଏପରି ନୋଟିସ କେତେ ଦେଖିଛନ୍ତି ଓ ସେ ଏସବୁକୁ ଭୟ ମଧ୍ୟ କରନ୍ତି ନାହିଁ । ସେ ଜଣେ ରାଜ୍ୟସଭା ସାଂସଦ ଏବଂ ଦେଶର ସର୍ବୋଚ୍ଚ ଗୃହର ସଦସ୍ୟ ହୋଇଥିବାରୁ ତାଙ୍କୁ ସତ କହିବାର ଅଧିକାର ଦେଶର ସମ୍ବିଧାନ ପ୍ରଦାନ କରିଛି । ତେଣୁ ସେ ଭୟଭୀତ ନୁହନ୍ତି, ସେ ସତ କହିବେ ବୋଲି ଗଣମାଧ୍ୟମରେ ଦମ୍ଭୋକ୍ତି ଦେଖାଇଛନ୍ତି । ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକ୍ସେନା AAP ସାଂସଦ ସଞ୍ଜୟ ସିଂଙ୍କ ସମେତ ୫ଜଣ ଆପ ନେତାଙ୍କୁ ୧୪ ପୃଷ୍ଠାର ଲିଗାଲ ନୋଟିସ ପଠାଇଛି । ଏଥିରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 7, 2022, 10:24 PM IST

ABOUT THE AUTHOR

...view details