ଓଡିଶା

odisha

ETV Bharat / bharat

G20 Summit: ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର, 2ଦିନ ଚାଲିବ ପ୍ରେସ୍ ବ୍ରିଫିଂ

ଜି 20 ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର । ପ୍ରସ୍ତୁତି ତଦାରଖ କଲେ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଆସୁଛନ୍ତି 40 ଦେଶର ପ୍ରତିନିଧି ଓ ନିମନ୍ତ୍ରିତ ଅତିଥି । ଅଧିକ ପଢନ୍ତୁ

G20 Summit: ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର
G20 Summit: ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର

By ETV Bharat Odisha Team

Published : Sep 5, 2023, 4:11 PM IST

ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର

ନୂଆଦିଲ୍ଲୀ:9 ଓ 10 ତାରିଖରେ ହେବାକୁ ଯାଉଥିବାଜି20 ଶିଖର ସମ୍ମିଳନୀ ପାଇଁ ପ୍ରଗତି ମୈଦାନରେ ଥିବା ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏହି ସେଣ୍ଟରରେ ଏକାଧିକ ମିଡିଆ ବ୍ରିଫିଂ କାର୍ଯ୍ୟକ୍ରମ ରହିଛି । ଅନ୍ତର୍ଜାତୀୟ ଅତିଥି ଓ ବିଶ୍ବବ୍ୟାପୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବାଗତ କରିବା ଓ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମିଡିଆ ସେଣ୍ଟର ପରିଦର୍ଶନ କରି ଚୂଡାନ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି । ସାଙ୍ଗରେ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ମଧ୍ୟ ଉପସ୍ଥିତ ରହିଥିଲେ ।

ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟରକୁ ମୋଟ 9ଟି ଓ୍ବାର୍କ ଜୋନରେ ବିଭକ୍ତ କରାଯାଇଛି । ସେଣ୍ଟରରେ ହାଇସ୍ପିଡ ଇଣ୍ଟରନେଟ ବ୍ୟବସ୍ଥା, ମିଡିଆ ବ୍ରିଫିଂ ବା ସାମ୍ବାଦିକ ସମ୍ମିଳନୀ ପାଇଁ 6ଟି ସ୍ବତନ୍ତ୍ର ହଲ, 6ଟି ସାକ୍ଷାତକାର କକ୍ଷ, ଷ୍ଟେଟ ଆର୍ଟ ଷ୍ଟୁଡିଓ ବ୍ୟବସ୍ଥା ହୋଇଛି । ସେହିପରି ବିଦେଶୀ ତଥା ଅନ୍ତର୍ଜାତୀୟ ପ୍ରତିନିଧି, ଅତିଥି ଓ ବିଭିନ୍ନ ଦେଶର ଦୂତାବାସ ଅଧିକାରୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସୁରକ୍ଷା ଓ ପାର୍କିଂ ଓ ଅନ୍ୟ ସମସ୍ତ ବ୍ଯବସ୍ଥା ମଧ୍ୟ ପ୍ରାୟତଃ ଚୂଡାନ୍ତ ହୋଇଛି । ଅନ୍ତର୍ଜାତୀୟ ଅତିଥିକୁ ସ୍ବାଗତ କରିବା ପାଇଁ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର ପ୍ରସ୍ତୁତ ହୋଇସାରିଥିବା ଗତକାଲି ବିଦେଶ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚି ଟ୍ବିଟ କରି କହିଥିଲେ । ପ୍ରସ୍ତୁତି ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ ବାଗଚି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଗତି ମୈଦନ ଗସ୍ତ କରି ସେଣ୍ଟରରେ ହୋଇଥିବା ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ:-'President of Bharat': ଇତିହାସ ହେବ 'ଇଣ୍ଡିଆ' ନାଁ ! ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରୁ ବଡ ସଙ୍କେତ

ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା 18ତମ ଜି20 ଶିଖର ସମ୍ମିଳନୀର ଶେଷ ତଥା ମୁଖ୍ୟ କାର୍ଯ୍ୟକ୍ରମ 9 ଓ 10 ତାରିଖରେ ହେବାକୁ ଯାଉଛି । ଏଥିରେ ଆମେରିକା ସମେତ ପ୍ରାୟ ସମସ୍ତ ଜି20 ସଦସ୍ୟ ରାଷ୍ଟ୍ରମୁଖ୍ୟ ଯୋଗ ଦେବା ପାଇଁ ଦିଲ୍ଲୀ ଆସୁଛନ୍ତି । ସଦସ୍ୟ ରାଷ୍ଟ୍ର ସମେତ ପ୍ରାୟ 40 ଦେଶରୁ ପ୍ରତିନିଧି ଓ ନିମନ୍ତ୍ରିତ ଅତିଥି ସାମିଲ ହେଉଛନ୍ତି । ଏଥିପାଇଁ ସମଗ୍ର ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ପ୍ରଗତି ମୈଦାନର ‘ଭାରତ ମଣ୍ଡପମ’ରେ ଆୟୋଜନ କରାଯାଉଛି । ଗତବର୍ଷ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ବାଲି ଗସ୍ତ କରିଥିଲେ । ସେହି ସମ୍ମିଳନୀରେ ବିଧିବଦ୍ଧ ଭାବେ ଭାରତକୁ ଅଧ୍ୟକ୍ଷତା ଭାର ପ୍ରଦାନ କରାଯାଇଥିଲା । ବର୍ଷବ୍ୟାପୀ ବିଭିନ୍ନ ସହରରେ ସମ୍ମିଳନୀ ଅନ୍ତର୍ଗତ ବହୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଏବେ ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀରେ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details