ନୂଆଦିଲ୍ଲୀ:ସୁବ୍ରମଣ୍ୟମ ସ୍ବାମୀଙ୍କୁ ଝଟକା । ଏୟାର ଇଣ୍ଡିଆରେ ପୁଞ୍ଜି ବିନିଯୋଗକୁ ଚାଲେଞ୍ଜ କରିଥିବା ସୁବ୍ରମଣ୍ୟମ ସ୍ବାମୀଙ୍କ ଯାଚିକା ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏୟାର ଇଣ୍ଡିଆର ବିନିଯୋଗ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସୁବ୍ରମଣ୍ୟମ ସ୍ବାମୀ ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଡି.ଏନ୍ ପଟେଲଙ୍କ ନେତୃତ୍ବରେ ଏକ ବେଞ୍ଚ ଏହି ଆବେଦନକୁ ରଦ୍ଦ ନିର୍ଦ୍ଦେଶ ଦେଇଛନ୍ତି।
ନଭେମ୍ବର 4 ରେ କୋର୍ଟ ଏହି ମାମଲାର ରାୟ ସଂରକ୍ଷଣ କରିଥିଲେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଆବେଦନକୁ ବିରୋଧ କରି କହିଛନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ଏକ ନୀତିଗତ ପ୍ରସଙ୍ଗ। ସେ କହିଥିଲେ ଯେ ଟାଟା ଗ୍ରୁପ୍ ଦ୍ବାରା 18 ଶହ କୋଟି ଟଙ୍କାରେ କିଣାଯାଇଥିବା ଏୟାର ଇଣ୍ଡିଆର ଶତ ପ୍ରତିଶତ ଅପବିନିଯୋଗ କରାଯାଇଛି। ଫଳରେ ଏୟାର ଇଣ୍ଡିଆ ଏକ ବଡ କ୍ଷତି ସହିଛି ।