ନୂଆଦିଲ୍ଲୀ:କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପାମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରି ଦିଲ୍ଲୀ ହୋଇକୋର୍ଟ ବୁଧବାର ଏହି ରାୟ ଶୁଣାଇଛନ୍ତି । ଏହାସହିତ ସ୍ବାମୀ-ସ୍ତ୍ରୀ ଲମ୍ବା ସମୟ ଧରି ଅଲଗା ରହିବାକୁ ସେମାନଙ୍କ ଛାଡପତ୍ରର ଆଧାର ବୋଲି କହିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ନ୍ୟାୟମୂର୍ତ୍ତି ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ଫ୍ୟାମିଲ କୋର୍ଟର ଆଦେଶ ବିରୋଧରେ ସ୍ବାମୀର ଆବେଦନକୁ ସ୍ବୀକାର କରିବା ସହ ତାଙ୍କର ସ୍ତ୍ରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । କହିରଖୁଛୁ କି, ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା