ଓଡିଶା

odisha

ETV Bharat / bharat

ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିଜେପି ନେତା ଶାହନାୱାଜ ହୁସେନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । 2018 ର ଏହି ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗରେ ବର୍ଷିଲେ କୋର୍ଟ । ଅଧିକ ପଢନ୍ତୁ

By

Published : Aug 18, 2022, 10:22 PM IST

ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୋଲିସକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ,
ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୋଲିସକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ,

ନୂଆଦିଲ୍ଲୀ:ବିଜେପି ନେତା ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଶାହନାୱାଜଙ୍କ ବିରୋଧରେ ରହିଥିବା ଏକ ଦୁଷ୍କର୍ମ ମାମଲାରେ ତୁରନ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବା ପାଇଁ କୋର୍ଟ କହିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଆଶା ମେନନ୍ ତିନିମାସ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଭାରତୀୟ ଦଣ୍ଡିବିଧି ଆଇନ (IPC) ଧାରା-173 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେ ସମ୍ପର୍କରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶାହନାୱାଜଙ୍କ ବିରୋଧରେ ରହିଥିବା ଏହି ଦୁଷ୍କର୍ମ ମାମଲାଟି 2018 ମସିହା ଜାନୁଆରୀର । ସେତେବେଳେ ଜଣେ ମହିଳା, ତାଙ୍କୁ ଛତ୍ରପୁର ଫାର୍ମ ହାଉସରେ ଦୁଷ୍କର୍ମ କରାଯିବା ସହ ହତ୍ୟା କରିବା ପାଇଁ ଧମକ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ । ପୀଡିତା ମହିଳା ସିଧାସଳଖ ବିଜେପିର ସଂଖ୍ୟାଲଘୁ ନେତା ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ଏପରି ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ପରେ ସେ ଏନେଇ ନିମ୍ନ ଅଦାଲତରେ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ଆଜି (ଗୁରୁବାର) ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ କରିବା ସହ ତୁରନ୍ତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେତେବେଳେ ମହିଳାଙ୍କ ଅଭିଯୋଗରେ ସତ୍ୟତା ନଥିବା ଦର୍ଶାଇ ପୋଲିସ ଶାହନାୱାଜଙ୍କ ବିରୋଧରେ ମାମଲା ଦାଏର କରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details