ଓଡିଶା

odisha

ETV Bharat / bharat

ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ସତ୍ୟେନ୍ଦ୍ର ଜୈନ, ଜାମିନ ଆବେଦନ ଖାରଜ - ମନି ଲଣ୍ଡ୍ରିଂ ମାମଲା

ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା । ଜାମିନ ଆବେଦନ ଖାରଜ । ଅଧିକ ପଢନ୍ତୁ

ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ
ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

By

Published : Apr 6, 2023, 1:40 PM IST

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପୁଣି ଦିଲ୍ଲୀ ହାଇକୋର୍ଟରୁ ଝଟକା । ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଏହି ମାମଲାରେ ଜଡିତ ଅଙ୍କୁଶ ଜୈନ ଏବଂ ବୈଭବ ଜୈନଙ୍କ ଜାମିନ ଆବେଦନଙ୍କୁ ମଧ୍ୟ ଖାରଜ କରାଯାଇଛି ।

ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଛି: ଦାୟର କରାଯାଇଥିବା ଜାମିନ ଆବେଦନର ଶୁଣାଣି ଗୁରୁବାର ସକାଳ ୧୧ଟାରେ ଆରମ୍ଭ ହୋଇଥିଲା । ଏହି ସମୟରେ ଜଷ୍ଟିସ ଦିନେଶ କୁମାର ଶର୍ମା କହିଛନ୍ତି,"ସତ୍ୟେନ୍ଦ୍ର ଜୈନ ହେଉଛନ୍ତି ଜଣେ ପ୍ରଭାବଶାଳୀ ନେତା । ଏହାସହ ପିଏମଅଲଏର ଜନମତ ପାଇଁ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେବା ଠିକ ହେବ ନାହିଁ । ଅନ୍ୟପଟେ ଆୟ ଠାରୁ ଅଧିକ ସମ୍ପତ୍ତିର ତଥ୍ୟ ପାଇ ସିବିଆଇ ମଧ୍ୟ ଏକ ମାମଲା ଦାୟର କରିଛି । ସେ ଅନେକ କମ୍ପାନୀ ସହିତ ମଧ୍ୟ ସେ ଜଡିତ ଅଛନ୍ତି । ତେଣୁ କୋର୍ଟ ଜାମିନ ଆବେଦନ ସପକ୍ଷରେ ଯାଇପାରିବ ନାହିଁ ।"

୨୦୨୨ ମସିହା ମେ ୩୦ ତାରିଖରେ ଗିରଫ କରାଯାଇଥିଲା: ସତ୍ୟେନ୍ଦ୍ର ଜୈନ ଜାମିନ ଆବେଦନର ଶୁଣାଣି ଉପରେ ମାର୍ଚ୍ଚ ୨୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଶୁଣାଣି କରି ଆବେଦନ ଖାରଜ କରିଛନ୍ତି । ପ୍ରକାଶଥାଉକି, ଇଡି ଡିସେମ୍ବର ୩୦ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ସେହି ଦିନ ଠାରୁ ସେ ଜେଲରେ ଅଛନ୍ତି । ତେବେ ନଭେମ୍ବର ୨୭ ତାରିଖରେ ଟ୍ରାଏଲ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ସେ ଟ୍ରାଏଲ କୋର୍ଟକୁ ଚାଲେଞ୍ଜ କରି ଡିସେମ୍ବର ୧ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟରୁ ମଧ୍ୟ ତାଙ୍କୁ ଝଟକା ମିଳିଥିଲା । ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସିବିଆଇ ପ୍ରଥମେ ୧୩(୨) ଏବଂ ୧୩(ଇ) ଅନୁଯାୟୀ ମାମଲା ରୁଜୁ କରୁଥିଲା ।

ପ୍ରକାଶଥାଉକି, ଆର୍ଥିକ ହେରଫେର ମାମଲାରେ ୨୦୧୫ରୁ ୨୦୧୭ ମସିହା ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା । ଏନେଇ ମାମଲା ରୁଜୁ ହେବା ପରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସତୈନ୍ଦ୍ର । ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି । ଇଡିର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଶେଷରେ ମେ ୩୦ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details