ଓଡିଶା

odisha

ETV Bharat / bharat

କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସ୍ମୃତି ଇରାନୀଙ୍କ ଝିଅଙ୍କୁ ନେଇ କରିଥିବା ଟ୍ବିଟ୍‌ ହଟାଅ - କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କୁ ନେଇ କରିଥିବା ଟ୍ବିଟ୍‌କୁ ଶୀଘ୍ର ହଟାଇବାକୁ କଂଗ୍ରେସ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଧିକ ପଢ଼ନ୍ତୁ

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ମୃତି ଇରାନୀଙ୍କ ଝିଅଙ୍କୁ ନେଇ କରିଥିବା ଟ୍ବିଟ୍‌ ଡିଲିଟ୍‌ କରିବେ କଂଗ୍ରେସ ନେତା
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ମୃତି ଇରାନୀଙ୍କ ଝିଅଙ୍କୁ ନେଇ କରିଥିବା ଟ୍ବିଟ୍‌ ଡିଲିଟ୍‌ କରିବେ କଂଗ୍ରେସ ନେତା

By

Published : Jul 29, 2022, 4:52 PM IST

ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କୁ ନେଇ କରିଥିବା ଟ୍ବିଟ୍‌କୁ ଶୀଘ୍ର ହଟାଇବାକୁ କଂଗ୍ରେସ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବେଆଇନ୍‌ ହୋଟେଲ ଓ ବାର୍‌ ଚଳାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା । ଏହାକୁ ନେଇ ବିଭିନ୍ନ ଭିଡିଓ ସେୟାର କରିବା ସହ ଟ୍ବିଟ୍‌ ଓ ରିଟ୍ବିଟ୍‌ କରିଥିଲେ ।

ଏଭଳି ଟ୍ବିଟ୍‌କୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କଂଗ୍ରେସ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଶେଷ କରି ଜୟରାମ ରମେଶ, ପବନ ଖେରା ଓ ନେଟ୍ଟା ଡିସୁଜାଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଯଦି କଂଗ୍ରେସ ନେତାଏ ଏଭଳି ଟ୍ବିଟ୍‌ ଡିଲିଟ୍‌ ନକରନ୍ତି ତେବେ ଟ୍ବିଟର କମ୍ପାନୀ ଏହାକୁ ଡିଲିଟ୍‌ କରିବ । ଏହାକୁ ନେଇ କଂଗ୍ରେସ ନେତାଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ସ୍ମୃତି ଇରାନୀ ଦାଖଲ କରିଥିବା ମାମଲାରେ ଦିଲ୍ଲୀ ହାଇୋକୋର୍ଟ ଆମକୁ ସମନ ଜାରି କରିଛନ୍ତି । ଆମେ କୋର୍ଟଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିବାକୁ ଚେଷ୍ଟା କରିବୁ । ଏହାକୁ ଆମେ ଚ୍ୟାଲେଞ୍ଜ ଭଳି ଗ୍ରହଣ କରିଛୁ ସ୍ମୃତି ଇରାନୀ କରିଥିବା ଅଭିଯୋଗ ମିଥ୍ୟା ବୋଲି ଆମେ ପ୍ରମାଣିତ କରିବୁ ।"

ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍‌ କରିଛନ୍ତି ଯେ, "ଆମେ କୌମସି ଉଚ୍ଚ ପଦସ୍ତ ବ୍ୟକ୍ତିଙ୍କ ସମ୍ମାନହାନୀ କରିବା ପୂର୍ବରୁ ସମସ୍ତ ତଥ୍ୟ ଓ ପ୍ରମାଣ ଯାଞ୍ଚ କରି ନେବା ଉଚିତ୍‌ ।"

ନିଜ ୧୮ ବର୍ଷୀୟ ଝିଅ ବିରୋଧରେ ଅଭିଯୋଗ ପରେ କଂଗ୍ରେସ ନେତାଙ୍କୁ ଲିଗାଲ୍‌ ନୋଟିସ ପଠାଇଥିଲେ ସ୍ମୃତି ଇରାନୀ । କଂଗ୍ରେସ ଅଭିଯୋଗରେ କୌଣସି ସତ୍ୟତା ନଥିବାରୁ ସେ କଂଗ୍ରେସ ନେତାଙ୍କୁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ ।

For All Latest Updates

TAGGED:

ABOUT THE AUTHOR

...view details