ନୂଆଦିଲ୍ଲୀ:ଦେଶରେ ଦେଖାଦେଇଥିବା କୋରୋନା ତାଣ୍ଡବ ସାଙ୍ଗକୁ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ଏବେ କୋରୋନା ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ସବୁଠୁ ବଡ ଆହ୍ବାନ ସୃଷ୍ଟି ହୋଇଛି । ଏପର ସ୍ଥଳେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବା ଜାରି ରହିଛି । କିଛି ସ୍ଥାନରେ ଅକ୍ସିଜେନ ପରିବହନ ପାଇଁ ସମସ୍ୟା ଦେଖାଦେଇଛି । ତେବେ ଏହାକୁ ନେଇ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ଅକ୍ସିଜେନ୍ ଯୋଗାଣରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ତଥା ମୃତ୍ୟୁ ଦଣ୍ଡରେ ମଧ୍ୟ ଦଣ୍ଡିତ କରିବା ନେଇ କୋର୍ଟ ଚେତାବନୀ ଦେଇଛନ୍ତି ।
ଦେଶରେ ଦେଖାଯାଇଥିବା କୋରୋନାର ଦ୍ବିତୀୟ ଷ୍ଟ୍ରେନକୁ ଲହର ପରିବର୍ତ୍ତେ ସୁନାମୀ ବୋଲି କିହିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଏବେ ଦେଶରେ ଦେଖାଯାଇଥିବା ପରିସ୍ଥିତିରେ ଅକ୍ସିଜେନର ଯୋଗାଣ ଉପରେ ଗୁରୁତ୍ବ ଦେବା ପାଇଁ କୋର୍ଟ କହିଛନ୍ତି , ଯଦି ରାଜଧାନୀ ଦିଲ୍ଲୀରେ 480 ମେଟ୍ରିକ୍ ଟନ୍ ଅମ୍ଳଜାନ ଗଚ୍ଛିତ ହୋଇ ପାରିବ ନାହିଁ ତେବେ ରାଜଧାନୀର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇପଡିବ । ଅମ୍ଳଜାନର ଚିନ୍ତାଜନକ ଅଭାବକୁ ଅନେକ ବିଭିନ୍ନ ହସ୍ପିଟାଲ ମଧ୍ୟ ହାତ ଟେକିବା ଆରମ୍ଭ କଲେଣି ।