ଓଡିଶା

odisha

ETV Bharat / bharat

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓପି ଚୌଟାଲାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ - ଓପି ଚୌଟାଲାଙ୍କ ମାମଲା

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ଚୌଟାଲାଙ୍କ ଆବେଦନ ଶୁଣାଣି ହେବା ପର୍ଯ୍ୟନ୍ତ ଲାଗୁ ହେବନି ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡାଦେଶ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଚୌଟାଲା । ଅଧିକ ପଢନ୍ତୁ

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓପି ଚୌଟାଲାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ
ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓପି ଚୌଟାଲାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

By

Published : Aug 3, 2022, 10:30 PM IST

ନୂଆଦିଲ୍ଲୀ:ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ଦିଲ୍ଲୀ ହୀଇକୋର୍ଟ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଟ୍ରାଏଲ କୋର୍ଟ ଚୌଟାଲାଙ୍କୁ 4 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଟ୍ରାଏଲ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ ଚୌଟାଲା । ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ଚୌଟାଲାଙ୍କ ଦ୍ବାରା ହୋଇଥିବା ଆବେଦନ ଶୁଣାଣି ନହେବା ଯାଏ ଟ୍ରାଏଲ କୋର୍ଟ ପ୍ରଦାନ କରିଥିବା ରାୟକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଚୌଟାଲାଙ୍କ ବୟସାଧିକ କାରଣରୁ ତାଙ୍କୁ କୋର୍ଟରୁ ଏହି ଆଶ୍ବସ୍ତି ମିଳିଥିବା ସୂଚନା ରହିଛି ।

ଆଜି (ବୁଧବାର) ଜାରି ନିର୍ଦ୍ଦେଶରେ ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯୋଗେଶ ଖାନ୍ନା କହିଛନ୍ତି ଯେ ଆବେଦନକାରୀଙ୍କ ବୟସକୁ 88 ବର୍ଷକୁ ବିଚାରକୁ ନିଆଯାଇଛି । ସେ ପୂର୍ବରୁ ମଧ୍ୟ ପ୍ରାୟ ଏକ ବର୍ଷ ଛଅ ମାସ ଜେଲରେ କାଟି ସାରିଛନ୍ତି । ତେବେ ତାଙ୍କ ଆବେଦନ ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କ କ୍ଷେତ୍ରରେ ତାଙ୍କୁ ପ୍ରଦାନ କାରଯାଇଥିବା ଦଣ୍ଡାଦେଶ ଲାଗୁ କରାଯାଇପାରିବ ନାହିଁ ।

ଏହାପୂର୍ବରୁ ଚୌଟାଲାଙ୍କୁ ବେଆଇନ ସମ୍ପତ୍ତି ଠୁଳ କରିବା ମାମଲାରେ ମେ 27 ତାରିଖରେ ଏହି ଦଣ୍ଡାଦେଶ ଶୁଣାଇଥିଲ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ତାଙ୍କୁ 4 ବର୍ଷର ଜେଲ ଦଣ୍ଡ ସହ 50 ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲେ । 1993 ରୁ 2006 ମଧ୍ୟରେ ସେ ଏହି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡ ମଧ୍ୟ ପାଇଥିଲେ ।ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details