ଓଡିଶା

odisha

ETV Bharat / bharat

ବିଦେଶ ଯାତ୍ରା ପାଇଁ ସାମ୍ବାଦିକା ରାଣା ଆୟୁବଙ୍କୁ ମିଳିଲା ସର୍ତ୍ତମୂଳକ ଅନୁମତି - ବିଦେଶ ଯାତ୍ରା ଅନୁମତି ପାଇଲେ ରାଣା ଆୟୁବ

ବିଦେଶ ଯିବା ପାଇଁ ଅନୁମତି ପାଇଲେ ସାମ୍ବାଦିକା ରାଣା ଆୟୁବ । ଦିଲ୍ଲୀ ହାଇକୋର୍ଟର ହୋଇଥିଲେ ଦ୍ବାରସ୍ଥ । ଗତ ସପ୍ତାହରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ରୋକିଥିଲେ ଇମିଗ୍ରେସନ ଅଧିକାରୀ । ଅଧିକ ପଢନ୍ତୁ

ବିଦେଶ ଯିବା ପାଇଁ ଅନୁମତି ପାଇଲେ ସାମ୍ବାଦିକା ରାଣା ଆୟୁବ, ଦିଲ୍ଲୀ ହାଇକୋର୍ଟର ହୋଇଥିଲେ ଦ୍ବାରସ୍ଥ
ବିଦେଶ ଯିବା ପାଇଁ ଅନୁମତି ପାଇଲେ ସାମ୍ବାଦିକା ରାଣା ଆୟୁବ, ଦିଲ୍ଲୀ ହାଇକୋର୍ଟର ହୋଇଥିଲେ ଦ୍ବାରସ୍ଥ

By

Published : Apr 4, 2022, 8:44 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ମନି ଲଣ୍ଡ୍ରିଂ ମାମଲାରେ ତଦନ୍ତ ପରିସରଭୁକ୍ତ ଥିବା ସାମ୍ବାଦିକା ରାଣା ଆୟୁବଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ମିଳିଛି । ଅନୁମତି ମାଗି ଦିଲ୍ଲୀ ହାଇୋକୋର୍ଟରେ ପିଟିସନ ଦାଏର କରିଥିଲେ ରାଣା । ତେବେ ଆଜି ଏହି ମାମଲାର ଶୁଣାଣି କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କୁ ସର୍ତ୍ତମୂଳକ ବିଦେଶ ଯାତ୍ରା ଅନୁମତି ପ୍ରଦାନ କରିଛନ୍ତି । ତାଙ୍କୁ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବା ଏବଂ ଅନୁସନ୍ଧାନକାରୀ ସଂସ୍ଥା(ED)କୁ ଏକ ଯୋଗାଯୋଗ ନମ୍ବର ପ୍ରଦାନ କରିବା ନେଇ ସର୍ତ୍ତ ରଖିଛନ୍ତି କୋର୍ଟ ।

ଜଷ୍ଟିସ ସି.ଡି ସିଂଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ରାଣା କୌଣସି ବଡ ଆର୍ଥିକ ହେରଫେର ମାମଲାର ଅଭିଯୁକ୍ତ ନୁହଁନ୍ତି ବୋଲି ଦର୍ଶାଇବା ସହ ତାଙ୍କ ବିରୋଧେ ଲାଗିଥିବା କଟକଣା ମଧ୍ୟ କୌହଳ କରିଥିଲେ କୋର୍ଟ ।

ଆଜି ଶୁଣାଣିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ASG ଏସ.ଭି ରାଜୁ ପକ୍ଷ ରଖିବା ସହ ରାଣାଙ୍କୁ ବିଦେଶ ଅନୁମତି ନମିଳିବା ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ । ରାଣାଙ୍କୁ ବିଦେଶ ଅନୁମତି ମିଳିଲେ ସେ ଆଉ ଭାରତ ଫେରି ନପାରନ୍ତି ଓ ଫଳରେ ତଦନ୍ତ ସମ୍ଭବ ହେବ ନାହିଁ ବୋଲି ଇଡି ଯୁକ୍ତି ଦର୍ଶାଇଥିଲେ ସୁଦ୍ଧା ରାଣାଙ୍କ ଓକିଲ ଏହା ରାଣାଙ୍କ ବିରୋଧରେ ଏକ ନିର୍ଯାତନା ବୋଲି କୋର୍ଟଙ୍କୁ କହିଥିଲେ ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ରାଣାଙ୍କ ଉପରେ ଲାଗିଥିବା କଟକଣାକୁ ନିଷେଧ କରିବା ସହ ସର୍ତ୍ତମୂଳକ ଭାବେ ବିଦେଶ ଗସ୍ତ ଅନୁମତି ପ୍ରଦାନ କରିଛନ୍ତି । ଗତ ସପ୍ତାହରେ ରାଣା ଲଣ୍ଡନ ଯାତ୍ରା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ବୋର୍ଡିଂ କରୁଥିବା ବେଳେ ତାଙ୍କୁ ଇମିଗ୍ରେସନ ଅଧିକାରୀ ରୋକିଥିଲେ । ପରେ ସେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଥିଲା । ଏହି ମାମଲାରେ ରାଣା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details