ଓଡିଶା

odisha

ETV Bharat / bharat

ଏନଏଲୟୁ ପରିଚାଳନା ପରିଷଦର ସଦସ୍ୟ ଭାବେ ସିଦ୍ଧାର୍ଥ ମ୍ରିଦୁଲ ମନୋନୀତ - ଉଚ୍ଚତମ ନ୍ୟାୟଳୟର ବରିଷ୍ଠ ବିଚାରପତି ସିର୍ଦ୍ଧାର୍ଥ ମ୍ରିଦୁଲ

ଦିଲ୍ଲୀ ଉଚ୍ଚତମ ନ୍ୟାୟଳୟର ବରିଷ୍ଠ ବିଚାରପତି ସିଦ୍ଧାର୍ଥ ମ୍ରିଦୁଲ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ସିର୍ଦ୍ଧାର୍ଥ ମ୍ରିଦୁଲ
ସିର୍ଦ୍ଧାର୍ଥ ମ୍ରିଦୁଲ

By

Published : Feb 28, 2021, 2:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚତମ ନ୍ୟାୟଳୟର ବରିଷ୍ଠ ବିଚାରପତି ସିଦ୍ଧାର୍ଥ ମ୍ରିଦୁଲ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିଚାଳନା ପରିଷଦର ସଦ୍ୟସ ଭାବରେ ମନୋନୀତ ହୋଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି. ଏନ ପଟେଲ ତାଙ୍କୁ ଚୟନ କରିଛନ୍ତି ।

ଡି.ଏନ ପଟେଲ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟରେ କୁଳପତି ସିଦ୍ଧାର୍ଥ ମ୍ରିଦୁଲ ଫେବ୍ରୃଆରୀ 26ରେ ନୋଟିସ ଜାରି କରିଥିଲେ । 2023 ଜୁନ 29 ପର୍ଯ୍ୟନ୍ତ ସିଦ୍ଧାର୍ଥ ଆଇନ ବିଶ୍ବ ବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ରହିବେ । ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିଚାଳନା ପରିଷଦ ବିଶ୍ବବିଦ୍ୟାଳୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । ଜଷ୍ଟିସ ମ୍ରିଦୁଲ 2006ରୁ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ।

ମ୍ରିଦୁଲଙ୍କ ବାପା 1984ରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିଲେ । ବିଚାରପତି ମ୍ରିଦୁଲ 1992ରୁ 2003ର ଯାଏଁ ଦିଲ୍ଲୀ ବାର କାଉନସିଲରେ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ବାର କାଉନସିଲର ସଚିବ ରହିବା ସହିତ ଡିସପ୍ଲିନାରି କମିଟିର ସଦ୍ୟସ ଭାବେ କାର୍ଯ୍ୟ କରିଛନ୍ତି ।

@ANI

ABOUT THE AUTHOR

...view details