ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଜାଲିଆତି(NSE Co-location scam) ମାମଲାରେ NSEର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣା ଏବଂ ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟଙ୍କୁ ଜାମିନ ମିଳିଛି । ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଦୁହେଁ ଜାମିନ ପାଇଛନ୍ତି । ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାତୀୟ ତଦନ୍ତକାରୀ ବ୍ୟୁରୋ(CBI) ସମ୍ପୂର୍ଣ୍ଣ ଚାର୍ଜସିଟ ଦାଖଲ କରିନଥିବାରୁ ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ସେମାନଙ୍କୁ ବୈଧାନିକ ଜାମିନ(statutory bail) ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକା ସହ ଜାମିନ ଦେଇଛନ୍ତି ହାଇକୋର୍ଟ ।
ଖଣ୍ଡପୀଠ ଏହାମଧ୍ୟ କହିଛନ୍ତି, ସିବିଆଇ ଏଫଆଇଆର ଉଲ୍ଲେଖ ସମସ୍ତ ଅନିୟମିତତା ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଧାର୍ଯ୍ୟ ସମୟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଛି । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଚିତ୍ରା ରାମକ୍ରିଷ୍ଣା ଏବଂ ଓ ସୁବ୍ରମଣ୍ୟମଙ୍କୁ ବୈଧାନିକ ଜାମିନ ଦେଇଛନ୍ତି । ଗତ ମେ'ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଚିତ୍ରା ଏବଂ ଏନଏସଇ ଗ୍ରୁପ ଅପରେଟିଂ ଅଫିସର ସୁବ୍ରମଣ୍ୟମଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଉଭୟଙ୍କୁ ଜାମିନ ଦେବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଥିଲେ । ଏହାକୁ ଦୁହେଁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ବୁଧବାର ଦୁଇ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି ।