ଓଡିଶା

odisha

By

Published : Dec 22, 2020, 3:07 PM IST

ETV Bharat / bharat

ଦିଲ୍ଲୀ-ଗୁଜୁରାଟରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ପରୀକ୍ଷା

ବ୍ରିଟେନରେ କୋରୋନାର ନୂତନ ଷ୍ଟ୍ରେନ୍ ସାରା ବିଶ୍ବରେ ଆକ୍ରୋଶର କାରଣ ହୋଇଛି। ଭାରତ ସରକାର ବ୍ରିଟେନରୁ 31 ଡିସେମ୍ବର ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀ ଏବଂ ଗୁଜୁରାଟର ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି ।

କୋଭିଡ ପରୀକ୍ଷା
କୋଭିଡ ପରୀକ୍ଷା

ନୂଆଦିଲ୍ଲୀ: ବ୍ରିଟେନରେ କୋରୋନାର ନୂତନ ଷ୍ଟ୍ରେନ୍ ସାରା ବିଶ୍ବରେ ଆକ୍ରୋଶର କାରଣ ହୋଇଛି। ଭାରତ ସରକାର ବ୍ରିଟେନରୁ 31 ଡିସେମ୍ବର ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀ ଏବଂ ଗୁଜୁରାଟର ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ବ୍ରିଟେନରୁ ଆସୁଥିବା ଲୋକଙ୍କ ଡାକ୍ତରୀ ଚେକଅପ୍ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିବାବେଳେ ଗୁଜୁରାଟ ସରକାର ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଅହମ୍ମଦାବାଦ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଆରଟି- PCR ପରୀକ୍ଷା କରାଯିବ। ଯଦି ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସେ ତେବେ ସେମାନଙ୍କୁ ନିଜ ଘରକୁ ପଠାଯିବ । ନଚେତ୍ ସେମାନଙ୍କୁ 7 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ପ୍ରକାଶଥାଉକି, ଭାରତ ସରକାରଙ୍କ ଦ୍ବାରା ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଯାଇଛି କିନ୍ତୁ ନିଷେଧ ହେବା ପୂର୍ବରୁ ସୋମବାର ଗୋଟିଏ ବିମାନ ବ୍ରିଟେନରୁ ବିମାନ ଉଡ଼ାଣ କରିଥିଲା। ଏହି ବିମାନ ଆଜି(ମଙ୍ଗଳବାର) ଦିନ 11 ଟାରେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଛି । ଏହି ବିମାନରେ ପ୍ରାୟ 250 ଯାତ୍ରୀ ଅଛନ୍ତି । ସମସ୍ତଙ୍କର କୋରୋନା ପରୀକ୍ଷା କରାଯାଉଛି ।

ଏଥିସହ ଗତ ଦୁଇ ସପ୍ତାହ ମଧ୍ୟରେ ବ୍ରିଟେନରୁ ଦିଲ୍ଲୀରେ ଅବତରଣ କରିଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ 6-7 ହଜାର ଲୋକ ଥାଇପାରନ୍ତି ବୋଲି ଆଶା କରାଯାଉଛି । ନୋଡାଲ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ଲଣ୍ଡନରୁ ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ରିଉଙ୍କ ସମେତ ମୋଟ 266 ଜଣ ଯାତ୍ରୀ ଥିଲେ। ସମସ୍ତ RT-PCR ପରୀକ୍ଷା କରାଯାଇଥିଲା । ସମସ୍ତ 266 ଯାତ୍ରୀଙ୍କ ରିପୋର୍ଟ ଗ୍ରହଣ କରାଯାଇଛି । 266 ଜଣ ଯାତ୍ରୀଙ୍କ ମଧ୍ୟରୁ 5 ଜଣ ପଜିଟିଭ୍ ବୋଲି ଜଣାପଡିଛି। ସମସ୍ତ ପଜିଟିଭ୍ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯାଇଛି।

ABOUT THE AUTHOR

...view details