ଓଡିଶା

odisha

ETV Bharat / bharat

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ଦିଆଯିବ ଯୋଗ ଶିକ୍ଷା - ଦିଲ୍ଲୀରେ କରୋନା ରୋଗୀଙ୍କୁ ମାଗଣାରେ ଯୋଗ ଶିକ୍ଷା

କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ଦିଆଯିବ ଯୋଗ ଶିକ୍ଷା । ଅନଲାଇନ ଯୋଗେ ବ୍ୟକ୍ତିଗତ ଭାବରେ ଯୋଗ ଶିକ୍ଷା ପ୍ରଦାନ କରାଯିବା ନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଘୋଷଣା କରିଛନ୍ତି । ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ବାରା ନିୟମିତ ଯୋଗ ଶିକ୍ଷା ଦେବା ପାଇଁ ଦିଲ୍ଲୀ ସରକାର 'ଦିଲ୍ଲୀ କି ଯୋଗଶାଳା' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ

delhi govt to offer free online yoga classes to Covid patients in home isolation
ଦିଲ୍ଲୀରେ କରୋନା ରୋଗୀଙ୍କୁ ମାଗଣାରେ ଦିଆଯିବ ଯୋଗ ଶିକ୍ଷା

By

Published : Jan 2, 2022, 2:17 PM IST

ନୂଆଦିଲ୍ଲୀ: କୋରନା ରୋଗୀଙ୍କୁ ମାଗଣା ଯୋଗ ଶିକ୍ଷା ଦିଆଯିବ । ଅନଲାଇନ ଯୋଗେ ବ୍ୟକ୍ତିଗତ ଭାବରେ ଯୋଗ ଶିକ୍ଷା ପ୍ରଦାନ କରାଯିବା ନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଘୋଷଣା କରିଛନ୍ତି । ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ବାରା ନିୟମିତ ଯୋଗ ଶିକ୍ଷା ଦେବା ପାଇଁ ଦିଲ୍ଲୀ ସରକାର 'ଦିଲ୍ଲୀ କି ଯୋଗଶାଳା' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସିସୋଡ଼ିଆ କହିଛନ୍ତି ଯେ, କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସରକାରଙ୍କ ପକ୍ଷରୁ ଏକ ଲିଙ୍କ ସହ SMS ଜାରିହେବ । ଏହି ଲିଙ୍କ ବଳରେ ରୋଗୀ ଯୋଗ ଶିକ୍ଷା ପାଇଁ ପଞ୍ଜୀକରଣ କରି ପାରିବେ । ପ୍ରତ୍ୟେକ କ୍ଲାସରେ ପ୍ରାୟ 25ରୁ 35 ଜଣ ରହିବେ ଯେଉଁମାନେ ତାଲିମପ୍ରାପ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ବାରା ଯୋଗ ଶିକ୍ଷା କରିବେ ।

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ପରିବାରରୁ ଅଲଗା ରହିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ଏହା ମଧ୍ୟ କହିଛନ୍ତି ଉଚିତ ଚିକିତ୍ସା ସହିତ ଅନଲାଇନ୍ ଯୋଗ ଶିକ୍ଷା ମାଧ୍ୟମରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରାଯିବ । ଏକ ସରକାରୀ ବିବୃତ୍ତି ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅନଲାଇନ୍ କ୍ଲାସ ପାଇଁ ଶୀଘ୍ର ସ୍ଲଟ୍ ପ୍ରକାଶ ପାଇବ । ଏବଂ ଏହାର ପ୍ରସ୍ତୁତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନେ ସେମାନଙ୍କର ସ୍ଲଟ୍ ବାଛି ସୁବିଧା ଅନୁଯାୟୀ କ୍ଲାସରେ ଯୋଗ ଦେଇ ପାରିବେ |

'ଦିଲି କି ଯୋଗଶାଳା'ର ପ୍ରକଳ୍ପ ଅଧୀନରେ ଯୋଗ ଶିକ୍ଷକମାନେ ରାଜଧାନୀର 65 ଟି ସ୍ଥାନରେ କ୍ଲାସ କରିସାରିଛନ୍ତି। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ପରିଣତ କରିବାକୁ କେଜ୍ରିୱାଲ ସରକାର ଏଭଳି ପଦକ୍ଷେପ ନେଇଥିବା ସିସୋଡ଼ିଆ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, "ଦିଲ୍ଲୀ କି ଯୋଗଶାଳା" ଦିଲ୍ଲୀର ଲୋକଙ୍କ ଜୀବନ ବଦଳାଇ ଦେବ ଏବଂ ରାଜଧାନୀରେ ଯୋଗ ବିପ୍ଳବ ଆଣିବ।

@PTI

ABOUT THE AUTHOR

...view details