ନୂଆଦିଲ୍ଲୀ:ଆଜି(ଶୁକ୍ରବାର) ଦିଲ୍ଲୀ ରାଜଘାଟ କ୍ଲଷ୍ଟର ବସ୍ ଡିପୋରୁ ପରିବେଶ ଅନୁକୂଳ ୧୦୦ଟି ଆଧୁନିକ ଏସି ଲୋ-ଫ୍ଲୋର ସିଏନଜି ବସର ଲୋକାର୍ପଣ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁରୁବାର ଦିନ ମନ୍ତ୍ରୀ କହିଛନ୍ତି ଯେ, ଏହି ବସ ଗୁଡିକ ହେଉଛି ଅତ୍ୟାଧୁନିକ ଯେଉଁଥିରେ କି ପାନିକ୍ ବଟନ୍, ଜିପିଏସ୍ ଭଳି ଆଧୁନିକ ସୁବିଧା ସହିତ ବିଶେଷ ଭାବେ ମହିଳା ଯାତ୍ରୀଙ୍କ ପାଇଁ ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷଣ ରହିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ କୈଳାଶ ଗହଲୋଟ୍ ।
ଆଜି ୧୦୦ଟି ଅତ୍ୟାଧୁନିକ AC CNG ବସର ଶୁଭାରମ୍ଭ କରିବେ କେଜ୍ରିୱାଲ - ଏସି ସିଏନଜି ବସର ଶୁଭାରମ୍ଭ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଆଜି ଦିଲ୍ଲୀ ରାଜଘାଟ କ୍ଲଷ୍ଟର ବସ୍ ଡିପୋରୁ ପରିବେଶ ଅନୁକୂଳ ୧୦୦ଟି ଆଧୁନିକ ଏସି ଲୋ-ଫ୍ଲୋର ସିଏନଜି ବସର ଲୋକାର୍ପଣ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ
୧୦୦ ଟି ଆଧୁନିକ ଏସି ସିଏନଜି ବସର ଲୋକାର୍ପଣ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ଜାନୁଆରୀ ୧୪) ସିସିଟିଭି, ପାନିକ୍ ବଟନ୍, ରାଜାଟ୍ ଡିପୋରୁ ଜିପିଏସ୍ ଭଳି ଆଧୁନିକ ସୁବିଧା ସହିତ ସଜ୍ଜିତ ୧୦୦ ଏସି ସିଏନଜି ବସର ପତାକା ଉତ୍ତୋଳନ କରି ଲୋକାର୍ପଣ କରିବେ ବୋଲି ପରିବହନ ମନ୍ତ୍ରୀ ଟ୍ବିଟ ମାଧ୍ୟମରେ ଅବଗତ କରାଇଥିଲେ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ବସ୍ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ସହିତ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ପରିବହନ ବିଭାଗର ପକ୍ଷରୁ କୁହାଯାଇଛି ଯେ, ଜରୁରୀକାଳୀନ ପରିସ୍ଥିତିରେ ଏହି ବସ୍ ଗୁଡିକରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂର ସୁବିଧା ସହ ଅଗ୍ନି ଦମନ ମଧ୍ୟ ବ୍ୟବସ୍ଥା ରହିଛି ।